ଗରାମ ମା ଭଗବତୀ ଙ୍କ ପୀଠରେ ଭାଗବତ ପରାୟଣ ଓ ପ୍ରବଚନ ର ଉଦଘାଟନ
ତିର୍ତ୍ତୋଲ ତା 13/3/2026 ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ର ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ ର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ଙ୍କ ପୀଠ ରେ ଶ୍ରୀମଦ ଭାଗବତ ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଗତ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି l ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟୀୟପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ, ବେଦଧ୍ୱନି ମଧ୍ୟରେ ପ୍ରଦୀପ ପ୍ରଜ୍ବଳନ କରି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ଉଦଘାଟନ କରି, କହିଲେଯେ, ବ୍ୟକ୍ତି ଓ ସାମାଜିକଜୀବନ କୁ ଆଧ୍ୟାତ୍ମିକଚେତନା ରେ ପ୍ରଭାବିତ କରିବାପାଇଁ ଭାଗବତ ପଠନ ଶ୍ରବଣ ଓ ଅନୁଶୀଳନ ର ଆବଶ୍ୟକତା ରହିଛି l ନବାକ୍ଷରି ଛନ୍ଦ ର ଅତିବଡ଼ି ଜଗନ୍ନାଥଦାସ ଙ୍କ ଓଡ଼ିଆଭାଗବତ କୁ ଆମର ଶିକ୍ଷାବ୍ୟବସ୍ଥାରେ ପ୍ରଚଳନ କରାଗଲେ ସମାଜରେ ସଂସ୍କାର, ପରିବର୍ତ୍ତନ ଓ ଯଥାର୍ଥ ବିକାଶ ହୋଇପାରିବ l ଭାଗବତ ପ୍ରଚାର ସମିତି, ଗରାମଶାସନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ଉଣେଇଶ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ ଓ ପ୍ରତିଦିନ ବହୁ ସାଧୁ ସନ୍ଥ ମହାତ୍ମା, ଜ୍ଞାନୀ ଗୁଣି ପଣ୍ଡିତ ଓ ପ୍ରବକ୍ତା ମାନେ ଏଥିରେ ଯୋଗଦେଇ ଦିବ୍ୟପ୍ରବଚନ ପ୍ରଦାନ କରିବେ ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଅଛନ୍ତି l
ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
