March 15, 2025

ଗଛକୁ ଭଲପାଉଥିବା ମଣିଷଟିଏ l  ପେଷା ହେଉଛି ପୋଲିସ,ନିଶା ହେଉଛି ଗଛ ଲଗାଇବା ..

Share

ଆଜି ଆମ ଚାନେଲ ପକ୍ଷରୁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବାକୁ ଚାହୁଁଛୁ ଯିଏ କି ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ମେଡିକାଲ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକୁ ହଜାର ହଜାର ମୂଲ୍ୟବାନ ବୃକ୍ଷ ଚାରା ବଣ୍ଟନ କରିବା ସହିତ ନିଜେ ହଜାରରୁ ଉର୍ଦ୍ଧ ବିଭିନ୍ନ ବୃକ୍ଷ ରୋପଣ କରି ପୁରୀଜିଲ୍ଲାରେ ‘ବୃକ୍ଷ ମଣିଷ ‘ ଭାବେ ପରିଚିତ l ସେ ଆଉ କେହିନୁହନ୍ତି ସେ ହେଉଛନ୍ତି ପୁରୀଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ପୂର୍ବତନ ସଭାପତି ପ୍ରକାଶ କୁମାର ଆଚାର୍ଯ୍ୟ l ପ୍ରକାଶ କୁମାର ତାଙ୍କ ସାଙ୍ଗଙ୍କ ପ୍ରେରଣା ଏବଂ ସାଙ୍ଗଙ୍କ ସହିତ ମିଶି ହଜାର ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିବା ସହିତ ହଜାର ହଜାର ଅଁଳା, ପଣସ, ଆମ୍ବ, ବରଗଛ, ଓସ୍ତ ସହିତ ବିଭିନ୍ନ ଔଷଧୀୟ ବୃକ୍ଷର ଚାରା ବଣ୍ଟନ କରି ବୃକ୍ଷ ମଣିଷ ଭାବେ ପରିଚିତ ହେବା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି l ଏଥିସହିତ କୀର୍ତ୍ତନ କରିବା, ପ୍ରବଚନ ଦେବା ସହିତ ସମାଜସେବା ମୂଳକ ବିଭିନ୍ନ ଅନୁଷ୍ଠାନ ସହିତ ନିଜକୁ ନିୟୋଜିତ କରି ଜନସେବା ରେ ନିଜକୁ ନିୟୋଜିତ କରିଛନ୍ତି ଶ୍ରୀଯୁକ୍ତ ଆଚାର୍ଯ୍ୟ l ସେହିଭଳି ପୁରୀ ତାଳବଣିଆ ଠାରେ ଏକ ସୁନ୍ଦର ନର୍ସରୀ ରେ ବିଭିନ୍ନ ଔଷଧୀୟ ବୃକ୍ଷ ର ଚାରା ରଖି ପ୍ରତିଦିନ ତାହାର ଯତ୍ନ ନେବା ସହିତ ବିଭିନ୍ନ ଅନୁଷ୍ଠାନ କୁ ବଣ୍ଟନ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ