March 15, 2025
Share

 

୧-କଟକ:ଓଡିଶା ଜୁଡିସିଆଲ ସର୍ଭିସ ୨୦୨୩ ପରୀକ୍ଷା ଫଳ ପ୍ରକାଶିତ, ୩୩ ଜଣ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ।

୨-ଓଜେଏସ୍‍ ପରୀକ୍ଷାରେ କିଟ୍‍ ଲ ସ୍କୁଲ୍‍ର ୪ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଅଭିନନ୍ଦନ ଜଣାଇଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

୩-ଏଣିକି ଯୁକ୍ତ ଦୁଇ ପରେ ପଢ଼ିହେବ ବିଏଡ୍‌ ପାଠ୍ୟକ୍ରମ, ୫ ବର୍ଷ ବଦଳରେ ୪ ବର୍ଷରେ ସରିବ କୋର୍ସ।

୪-ଆସନ୍ତା ୩୦ରେ ଅନ୍ତୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ, ୫୦ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର।

୫-ଡେଉଁଛି ପାରଦ : ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା, ଭୁବନେଶ୍ବରରେ ୩୭.୪ ଡିଗ୍ରୀ।

୬-ଗଞ୍ଜାମ, ପୁରୁଷୋତ୍ତମପୁର: ମଧ୍ୟାହ୍ନ ଭୋଜନ ବନ୍ଦରୁ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ ଘଟଣା,ABEOଙ୍କୁ ନୋଟିସ୍,୨ ଶିକ୍ଷକ ନିଲମ୍ବିତ।

୭-ବସ୍‌ ଓଲଟି ଜଣେ ମୃତ, ୩୦ ଆହତ, ସୁନ୍ଦରଗଡ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।

୮-ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଆବାସ ସର୍ଭେ, ପଞ୍ଜିକରଣ କଲେଣି ୧୯ ଲକ୍ଷରୁ ଅଧିକ ଲୋକ।

୯-ଭୁବନେଶ୍ୱର:ହୋଟେଲ୍‌ରେ ମଟନ ଖାଇବାକୁ ଲାଗିଲାଣି ଡର, କ୍ଷତିରେ ଏବେ ହୋଟେଲ ମାଲିକ।

୧୦-ଆଇଆରବି ବାଟାଲିୟନ କନଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ, ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ହେବାର ଥିଲା।

୧୧-ବିଜେଡି ନେତା ରାଜା ଚକ୍ର ଗିରଫ, କଳା ସାମ୍ରାଜ୍ୟର ଗୁମର ଖୋଲିଲେ କ୍ରାଇମ୍‌ବ୍ରାଞ୍ଚ ଡିଜି, ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ହେଲେ ଗିରଫ।

୧୨-ବିଧାନସଭା ଗୃହରେ ପୋଲାଭରମ୍ ଝଡ଼: ମାଲକାନଗିରିକୁ ନେଇ ବିଜେପି-ବିଜେଡ଼ି ମୁହାଁମୁହିଁ।

୧୩-ସୁନ୍ଦରଗଡ଼, ଟାଙ୍ଗରମୁଣ୍ଡା:ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଘରୋଇ ବସ୍, ଜଣେ ମୃତ, ୨୮ ଆହତ।

୧୪-ରାଜ୍ୟରେ ୨୦,୪୩୫ ଏକର ଅନାବାଦୀ ଜମି ଜବରଦଖଲ: ମନ୍ତ୍ରୀ

୧୫-ଭୁବନେଶ୍ୱର:ସ୍ପେଶାଲ ସ୍କ୍ବାଡ ସହାୟତରେ ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ ସହ ୧୩ ଗାଡି ଜବତ।

୧୬-କଟକ:ବୟାଳିସ ମୌଜାରେ ବନ୍ଧୁକ ତିଆରି କାରଖାନା ଠାବ, ୩୦ରୁ ଉର୍ଦ୍ଧ୍ଵ ବନ୍ଧୁକ ଜବତ।

୧୭-ନବରଙ୍ଗପୁର,ସିଉନାଗୁଡ଼ା:ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।

୧୮-ରାୟଗଡା,ଗଣପତିଗୁଡା:ଘର ଭିତରୁ ମିଳିଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ । ଅନଲାଇନ୍‌ ଗେମରେ ଟଙ୍କା ହାରିଥିବା ପରିବାର ଲୋକଙ୍କ ଅଭିଯୋଗ।

୧୯-ଚାନ୍ଦିପୁର ଉପକୂଳରେ ‘ଅସ୍ତ୍ର’ ମିଜାଇଲ୍‌ର ହେଲା ସଫଳ ପରୀକ୍ଷଣ।

୨୦-ଟାଟା ଷ୍ଟିଲ୍ କଳିଙ୍ଗନଗରର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର।

୨୧-ନୟାଗଡ଼,ଧାନଟାଙ୍ଗଡ଼ା:ଦ୍ୱିତୀୟ ବିବାହ ବଡ଼, ସନ୍ତାନ ତୁଚ୍ଛ: ୨ ନାବାଳକ ପୁଅକୁ ମିଳିମିଶି ମାରିଦେଲେ ବାପା ଏବଂ ଜେଜେ ମା’।

୨୨-ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭଦ୍ରକ ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ।

୨୩-ଢେଙ୍କାନାଳ,ବଳରାମ ପୁର:ଦୋଳ ମେଳଣରେ ଫୁଟିଲା ବାଣ, ୨ ଜଣ ଗୁରୁତର।

୨୪-‘ମାଗଣା’ ଯୋଜନାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନାରାୟଣ ମୂର୍ତ୍ତି,ସେ କହିଛନ୍ତି ‘ମାଗଣା ଜିନିଷରେ ଦାରିଦ୍ର୍ୟତା ଦୂର ହୁଏ ନାହିଁ’।

*🙏 ସୁପ୍ରଭାତ 🙏*