November 24, 2024

ମୁକ୍ତେଶ୍ୱର ଦେବ ମନ୍ଦିର ପ୍ରତିଷ୍ଟା ପାଇଁ କଳସ ଯାତ୍ରା ରେ ସହସ୍ର ଭକ୍ତ…

Share

 

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ବାବା ମୁକ୍ତେଶ୍ଵରଦେବ ନୂତନ ପ୍ରସାଦ, ହନୁମାନ ମନ୍ଦିର ଓ ଶନିଶ୍ଚର ଦେବଙ୍କ ମନ୍ଦିର ପ୍ରତିଷ୍ଟା ମହୋତ୍ସବ ପାଇଁ କଳସ ଯାତ୍ରା ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଗଞ୍ଜାମ ସହର ନିକଟରେ ପ୍ରଭାହିତ ଋଷିକୁଲ୍ୟା ନଦୀ ରୁ ଜଳ ପୂର୍ଣ୍ଣକୁମ୍ଭ ନେଇ କଳସ ଯାତ୍ରା କରିଥିଲେ l ବାଦ୍ୟ ବାଜଣା, ଯୋଡି ଶଙ୍ଖ, କୁନି କଳାକାର ଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ ସହ ଗଞ୍ଜାମ ସହର ଦେଇ ଲମ୍ବା କଳସ ଯାତ୍ରାରେ ଅତିକ୍ରମ କରି ଯଜ୍ଞ ମଣ୍ଡପ ଅଭିମୁଖେ ଯାତ୍ରା କରିଥିଲେ l ପଣ୍ଡିତ ଅଶୋକ କୁମାର ଶତପଥୀ, ପଣ୍ଡିତ ଦିବାକର ତ୍ରିପାଠୀ ମହନ୍ତ ଶ୍ରୀ ରାଧା ବିନୋଦ ଦାଶ ଗୋସ୍ୱାମୀ ପୌରୋହିତ୍ୟରେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l( ପ୍ରଦୀପ କୁମାର ପଣ୍ଡା)