February 22, 2025

ବିଭିନ୍ନ ଦାବୀ ନେଇ ଫେବୃୟାରୀ ୧୭ରେ ବିଧାନସଭା ଘେରିବେ ପୌର ବିଭାଗରେ କାର୍ଯ୍ୟରତ ସ୍ୱଚ୍ଛସାଥି, ସୁପରଭାଇଜର ଓ ଅନ୍ୟ ମିଶନ ଶକ୍ତି କର୍ମଚାରୀ..

Share

          ବିଭିନ୍ନ ଦାବୀ ନେଇ ଫେବୃୟାରୀ ୧୭ରେ ବିଧାନସଭା ଘେରିବେ ପୌର ବିଭାଗରେ କାର୍ଯ୍ୟରତ ସ୍ୱଚ୍ଛସାଥି, ସୁପରଭାଇଜର ଓ ଅନ୍ୟ ମିଶନ ଶକ୍ତି କର୍ମଚାରୀ

 

*ବିନା କୌଣସି ସର୍ତ୍ତରେ ପୂର୍ବ ଘୋଷିତ ବର୍ଦ୍ଧିତ ଦରମାକୁ ଦେବାକୁ ଦାବୀ*

*ଆରଡିସିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ*

 

ବ୍ରହ୍ମପୁର -(14/02/25) ଗ୍ରାମାଞ୍ଚଳ ଭଳି ସହରାଞ୍ଚଳର ମିଶନଶକ୍ତି ମହିଳାମାନଙ୍କୁ ସ୍ୱଵଲମ୍ବୀ ଓ ରୋଜଗାରକ୍ଷମ କରାଇବା ପାଇଁ ସହରାଞ୍ଚଳର ମହାନଗର ନିଗମ, ପୌର ପାଳିକା ଓ ଏନଏସିମାନଙ୍କରେ ପରିମଳ କାର୍ଯ୍ୟ ଓ ଅନ୍ୟାନ୍ୟ କାମ ପାଇଁ ଶିକ୍ଷିତ ମହିଳାମାନଙ୍କୁ ସ୍ୱଚ୍ଛସାଥି ଓ ସୁପରଭାଇଜର ଭାବେ ନିଯୁକ୍ତି ପାଇଥିଲେ । ଉଭୟ ଅନଲାଇନ୍ ଓ ଅଫଲାଇନ୍ ଜରିଆରେ ଲୋକଙ୍କୁ ସେବା ପ୍ରଦାନ କରୁଥିବା ଏହି ସ୍ୱଚ୍ଛସାଥି ଓ ସୁପରଭାଇଜରମାନଙ୍କୁ ଯଥାକ୍ରମେ ମାସିକ ୪୦୦୦ ଟଙ୍କା ଓ ୮୦୦୦ ଟଙ୍କା ଦରମା ଦିଆଯାଉଥିଲା । ନିଜର କାମ ତୁଳନାରେ ସ୍ଵଳ୍ପ ଦରମା ପାଉଥିବା ଏହି କର୍ମଚାରୀମାନଙ୍କୁ ଗତ ସରକାରଙ୍କ ଶେଷ ଆଡକୁ ଯଥାକ୍ରମେ ୮ ହଜାର ଓ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । କିନ୍ତୁ ନୂଆ ସରକାର ଏହାକୁ ଲାଗୁ କରିବା ପରିବର୍ତ୍ତେ ଯେଉଁ ସର୍ତ୍ତ ସବୁ ଲଗାଇଛନ୍ତି, ସେଥିରେ ଏହି କର୍ମଚାରୀମାନେ ନିଜର ପୂର୍ବ ଦରମା ପାଇବା ବି କଷ୍ଟକର ହେଉଛି । ଓଲଟା ସେମାନଙ୍କ ଉପରେ ଗାଇଡଲାଇନ୍ ନାଁରେ ଅନେକ କଟକଣା ଲଗେଇ ଛଟେଇ କରିବାର ମସୁଧା କରୁଥିବା ଜଣାପଡିଛି I

 

ସେହିପରି ସହରାଞ୍ଚଳର ୱାର୍ଡ ସ୍ତରରେ ଓ୍ଵାର୍ଡ ଅଫିସ୍ ଖୋଲାଯାଇ ବିଭିନ୍ନ ନାଗରିକ ସୁବିଧା ଯୋଗାଇଦେବା ପାଇଁ ଗତ ସରକାର ସମୟରେ ଓ୍ଵାର୍ଡ କ୍ଵାର୍ଡିନେଟରମାନଙ୍କୁ ଚୟନ କରାଯାଇଥିଲା । ଗତ ଦୁଇ ବର୍ଷ ହେଲା ସେମାନଙ୍କୁ ଚୟନ କରାଯାଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ନିଯୁକ୍ତି ଦିଆଯାଇନି । ପୌର ସଂସ୍ଥାମାନଙ୍କରେ କାର୍ଯ୍ୟରତ ନିୟମିତ କର୍ମଚାରୀମାନେ ଅବସର ନେଇ ସାରିଥିବା ବେଳେ ସରକାର ସେମାନଙ୍କ କାମ କରିବାକୁ ୱାର୍ଡ କ୍ଵାର୍ଡିନେଟରମାନଙ୍କୁ ନିଯୁକ୍ତି ନଦେବା ଫଳରେ ପୌରସଂସ୍ଥାମାନଙ୍କ କାମ ପ୍ରଭାବିତ ହେଉଛି । ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ଓ ସଚିବ ମାନଙ୍କ ସହ ଆଲୋଚନା କରାଯାଇଥିଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ I

ଏହି ପରିପ୍ରେକ୍ଷୀରେ ଆଜି ଉଭୟ କର୍ମଚାରୀଙ୍କ ସଂଘ ପକ୍ଷରୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନରଙ୍କୁ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା I

 

ଆଜି ସଙ୍ଘର କର୍ମକର୍ତ୍ତା ମାନେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ମାଧ୍ୟମ ରେ ଦାବିପତ୍ର ଦେବା ସହ ଦାବୀ ପୁରଣ ପାଇଁ କୌଣସି ପଦକ୍ଷେପ ନ ନେଲେ ଆସନ୍ତା 17 ଫେବୃଆରୀରୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ସହରାଞ୍ଚଳ କର୍ପୋରେସନ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଏହି କର୍ମଚାରୀ ମାନେ ଭୁବନେଶ୍ୱରରେ ବିଧାନସଭା ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି I ଦାବୀ ଗୁଡିକ ମଧ୍ୟରେ ୱାର୍ଡ କୋରଡିନେଟର ମାନଙ୍କ ନିଯୁକ୍ତି କୁ ସୁନିଶ୍ଚିତ କରିବା, ସମସ୍ତ ଏଭଳି ମିଶନ ଶକ୍ତି କର୍ମଚାରୀ ମାନଙ୍କୁ ଶ୍ରମ ଆଇନ ଭିତରେ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ପ୍ରଦାନ, କଟକଣା ଉଠାଇ ପୂର୍ବ ସରକାର ଙ୍କ ଦ୍ୱାରା ଲାଗୁ କରିଥିବା ଦରମା ପ୍ରଦାନ ଭଳି ପ୍ରମୁଖ ଦାବୀ ଗୁଡିକ ଉଠାଇଛନ୍ତି I ଆଜିର ଏହି କାର୍ଯ୍ୟକ୍ରମ ରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ସଂଯୁକ୍ତା ଦାସ,ବି. ସଂଗୀତା ରାଓ , ମିତା ପାଢ଼ୀ, ସସ୍ମିତା ଦାସ,ମାମାଲି ଦାସ ସୁଧାଦେବୀ,ବନିତା ଡାକୁଆ,ସଂଯୁକ୍ତା ସେଠୀ,ପୁଷ୍ପାଞ୍ଜଳି ଦାସ,ପ୍ରମଦା ପାଳ, ରଶ୍ମି ଦୋରା,ରଶ୍ମିତା ପାଳ, ମମତା ପଟ୍ଟନାୟକ, ସଂଗୀତା ଦାସ, ମଞ୍ଜରୀ ପଟ୍ଟନାୟକ, କୁନି ବେହେରା ସିମ୍ରନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I

 

ସଂଯୁକ୍ତା ଦାସ -7381276300

(*ଓଡିଶା ସ୍ୱଚ୍ଛସାଥି ଓ ସୁପର ଭାଇଜର ସଂଘ*)

ଆରତୀ ପ୍ରଧାନ-+918917363789

(*ଓଡିଶା ପୌର ୱାର୍ଡ କୋର୍ଡିନେଟର ସଂଘ*)