February 22, 2025

ପାରାଦୀପ ବନ୍ଦର ରେ ଦୁର୍ନୀତିର ଗନ୍ଧ ବନ୍ଦରରେ ଅସାଧୁ ଅଧିକାରି ଏଵଂ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା )

Share

 

 

ପାରାଦୀପ ପୋର୍ଟରେ ଦୁର୍ନୀତିର ଗନ୍ଧ। ବନ୍ଦରର ଅସାଧୁ ଅଧିକାରୀ ଏବଂ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା। ଜାଲ୍ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ଠିକା ସଂସ୍ଥା ହାତେଇନେଲା ୬୫ କୋଟିର ନିର୍ମାଣ କାମ। ଘଟଣା ଚାପି ଦେବାକୁ ଚାଲିଛି ଉଦ୍ୟମ। ସାଢେ ୩ କୋଟି ନେଇ ଠିକା ସଂସ୍ଥା ଫେରାର। ମୁଣ୍ଡରେ ହାତ ଦେଇଛନ୍ତି ସବ୍ କଣ୍ଟ୍ରାକ୍ଟର। ପୋର୍ଟ R & B ଏବଂ FA(CA) ଅଫିସରଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା। ବନ୍ଦର ଅଧ୍ୟକ୍ଷଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ପାରାଦ୍ୱୀପ ପୋର୍ଟ ରେ ଚାଲିଛି କଣ ? କାମ ନେଉଥିବା ଠିକା ସଂସ୍ଥା ର କାଗଜ ପତ୍ର ହେଉନି ଯାଞ୍ଚ । ଅସାଧୁ କର୍ମଚାରୀମାନେ ହେଉଛନ୍ତି ସକ୍ରିୟ । ଦେଶ ସର୍ବବୃହତ ପାରାଦ୍ୱୀପ ପୋର୍ଟ କୁ ଚୁନଲଗାଇଛି ହାଇଦ୍ରାବାଦାର ଡିଏନସି କମ୍ପାନୀ । ପାଖାପାଖି ୩ କୋଟି ରୁ ଉର୍ଧ ଟଙ୍କା ଠକି ନେଇଛି ହାଇଦ୍ରାବାଦାର ଡିଏନସି କମ୍ପାନୀ । ଡିଏନ୍ସି ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ ଜାଲ୍ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିଲା। ଏବେ ପ୍ରଶ୍ନ ଉଠୁଛି କେମିତି ଜାଣିପାରିଲାନି ପାରାଦ୍ଵୀପ ପୋର୍ଟ । କିନ୍ତୁ ଠକେଇ ସମ୍ପର୍କରେ ବନ୍ଦର କର୍ତ୍ତୃପକ୍ଷଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଜନ(ଆର ଏଣ୍ଡ ବି ଡିଭିଜନ) ଜାଣିବାପରେ ପ୍ରଥମେ ପାରାଦୀପ ଆଦର୍ଶ ଥାନା ଓ ପରେ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ରେ ଅଭିଯୋଗ କରିଛି। ଡିଏନ୍ସି ଇନଫ୍ରାଷ୍ଟ୍ରକ୍ଚର ଠାରୁ ଠିକା ନେଇ କାମ କରୁଥିବା ବିଏନ କନଷ୍ଟ୍ରସନ । ସେଠାରେ ସେମାନେ ପାଇଲିଙ୍ଗ କାମ ନେଇଥିଲେ । ସେମାନେ କାମ କରି ଟଙ୍କା ନପାଇବାରୁ କମ୍ପାନୀ ଅଧିକାରୀ ମାନେ ଆଦର୍ଷ ଥାନାରେ ଅଭିଯୋଗ କରିବା ସହ ଇଓଡବ୍ଲ୍ୟୁ ଅଭିଯୋଗ କରିଛନ୍ତି ।

 

ପାରାଦୀପର ବେଥାନୀ କନଭେଣ୍ଟ ବିଦ୍ୟାଳୟ ସମ୍ମୁଖରେ କର୍ମଚାରୀ ମାନେ ରହିବା ପାଇଁ ୩୫୦ ଟି କ୍ବାର୍ଟର୍ସ ନିର୍ମାଣ ହେବ । ଏଥି ପାଇଁ ପୋର୍ଟ୍ ୬୫ କୋଟି ଟଙ୍କା ଖର୍ଚ୍ଚ କରିବ । ମିଳିଥିବା ସୂଚନା ଅନୁସାରେ ୨୦୨୩ରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହାଇଦ୍ରାବାଦର ଡିଏନ୍ସି ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ ସର୍ବନିମ୍ନ ବିଡର୍ ହୋଇଥିବାରୁ କାମ କରିବା ଲାଗି ଟେଣ୍ଡର ପାଇଥିଲା। ଏହି ସଂସ୍ଥା ଆଇଏସ୍ଡି (ଇନିସିଆଲ ସିକ୍ୟୁରିଟି ଡିପୋଜିଟ୍) ଓ ପିଏସ୍ଡି(ଫର୍ଫମାନ୍ସ ସିକ୍ୟୁରିଟି ଡିପୋଜିଟ୍) ବାବଦରେ ପର୍ଯ୍ୟାୟକ୍ରମେ ୬୫ ଲକ୍ଷ ୭୬ ହଜାର ୯୨ ଟଙ୍କା ଓ ୧ କୋଟି ୯୭ ଲକ୍ଷ ୨୮ ହଜାର ୨୭୭ ଟଙ୍କା ଦାଖଲ କରିଥିଲା। କିନ୍ତୁ ପରେ ଏହା ଫ୍ରୁଡ ହୋଇଥିବା ଜଣାପଡିବା ପରେ ଜାନୁଆରୀ ୧୭ ତାରିଖରେ ପାରାଦ୍ୱୀପ ଆଦର୍ଶ ଅଭିଯୋଗ ହେଵା ସହ କଳା ତାଲିକାଭୁକ୍ତ ପାଇଁ ସୁପାରିସ । ଏପଟେ ବିଏନ କନଷ୍ଟ୍ରସନ ମଧ୍ୟ ଅର୍ଥନୈତିକ ଅପରାଧ ଶାଖା ରେ ଅଭିଯୋଗ କରିଛିନ୍ତି । ଏହି ବିଷୟରେ ଆମେ ପୋର୍ଟ ର ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିଥିଲୁ ସେ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ।

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )