November 23, 2024
Share

 

 

ତାରିଖ ୧୪/୦୨/୨୦୨୩ ମଙ୍ଗଳବାର ।

 

୧-ପ୍ରଥମ ଥର ପାଇଁ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍: ୩ କୋଟି ୮୦ ଲକ୍ଷ ଦର ସହ ସବୁଠୁ ଦାମୀ ଖେଳାଳି ହେଲେ ସ୍ମୃତି ମନ୍ଧାନା ।

 

୨-ମହିଳା ପ୍ରିମିୟର ଲିଗ(WPL) ୨୦୨୩ର ପ୍ରଥମ ସଂସ୍କରଣ ପାଇଁ ୫ଟି ଦଳ ଆଜି ଅକ୍ସନ ମାଧ୍ୟମରେ ମୋଟ ୮୯ ଜଣ ଖେଳାଳିଙ୍କୁ କିଣିଛନ୍ତି। ୫ ଦଳ ମୋଟ ୫୯.୫୦ କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଖେଳାଳିଙ୍କୁ କିଣିଛନ୍ତି। ଭାରତୀୟ ମହିଳା ଦଳର ଉପ ଅଧିନାୟକ ତଥା ଷ୍ଟାର ଓପନର WPLର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି।

 

୩-ସରିଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ: ମାର୍ଚ୍ଚ ୧୩ରୁ ଦ୍ୱିତୀୟ ପର୍ଯ୍ୟାୟ ।

 

୪-ନବ ଦାସ ମୃତ୍ୟୁ ଘଟଣା: ସଂସଦରେ ସିବିଆଇ ତଦନ୍ତ ଦାବି କଲେ ସାଂସଦ ସୁରେଶ ପୂଜାରୀ ।

 

୫-ତିନି ବର୍ଷରେ ଏକ ଲକ୍ଷରୁ ଅଧିକ ଦିନ ମଜୁରିଆ କରିଛନ୍ତି ଆତ୍ମହତ୍ୟା, ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ।

 

୬-କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ମଣିଷଖିଆ ବାଘ ଆତଙ୍କ ଦେଖାଦେଇଛି । ବାଘ ଆକ୍ରମଣରେ ଗୋଟିଏ ଦିନରେ ଗୋଟିଏ ପରିବାରର ୨ ସଦସ୍ୟ ମୃତ୍ୟୁବରଣ କରିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

 

୭-ବାଣୀବିହାରରେ ଆଲୋଚନାଚକ୍ର ବେଳେ ଉତ୍ତେଜନା ଘଟଣାରେ ୨ ଅଭିଯୁକ୍ତ ଗିରଫ ।

 

୮-ଅଦାନୀ –ହିଡେନବର୍ଗ ମାମଲାର ତଦନ୍ତ ପାଇଁ ପ୍ରସ୍ତୁତି ହେଲା କେନ୍ଦ୍ର, ଏସସିଙ୍କୁ ପଠାଇବ ଏକ୍ସପର୍ଟଙ୍କ ନାମ ।

 

୯-ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏରୋ ଇଣ୍ଡିଆ ୨୦୨୩ ଚତୁର୍ଦ୍ଦଶ ସଂସ୍କରଣ ବେଙ୍ଗାଲୁରୁଠାରେ ଉଦ୍‌ଘାଟିତ ।

 

୧୦-ହାଇକୋର୍ଟଙ୍କ ଭର୍ତ୍ସନା ଓ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ମନୋନୟନ ତାଲିକାକୁ ରଦ୍ଦ କରିବା ପରେ ସଂସ୍କୃତି ବିଭାଗ ସଂଶୋଧିତ ତାଲିକା ଅନୁସାରେ ପୁରସ୍କାର ପ୍ରଦାନ କରିଛି।

 

୧୧-ପୁଣି ବଢ଼ିଲା ଦରଦାମ୍, ସୀମା ଟପିଲା ଖୁଚୁରା ମୁଦ୍ରାସ୍ଫୀତି ।

 

୧୨-ଟିଭି ଦେଖିବା ଲାଗି ସେଟ୍‌-ଟପ୍-ବକ୍ସ କିଣିବାକୁ ପଡ଼ିବନି। ଟିଭିରେ ଥିବା ଟ୍ୟୁନର ଜରିଆରେ ଚ୍ୟାନେଲ୍ ହାସଲ କରାଯାଇପାରିବ। ଟ୍ୟୁନର୍‌ ସୁବିଧା ଥିବା ଟିଭି ନିର୍ମାଣ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

 

୧୩-ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟରୁ ଶ୍ରେୟସ ଆୟର ବାଦ୍ ।

 

 

୧୪-LIC Policy ଧାରୀଙ୍କୁ ବଡ଼ ଝଟକା! ଏବେ ପଲିସୀ ଉପରେ ମିଳିବନି ଟ୍ୟାକ୍ସ ରିହାତି, ଅର୍ଥମନ୍ତ୍ରୀଙ୍କ ଘୋଷଣା ।

 

୧୫-ଉତ୍କଳ ବିଶ୍ୱବିଦ୍ୟାଳୟ VC କହିଲେ, ‘JNUରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ଜାଣିନି’ ।

 

୧୬-ସର୍ବଭାରତୀୟ ଆନ୍ତଃ ଏନ୍‌ଆଇଟି କ୍ରୀଡ଼ା ମହୋତ୍ସବ’ ଶେଷ; ଉଭୟ ପୁରୁଷ, ମହିଳା ଖୋଖୋରେ ରାଉରକେଲା ବିଜୟୀ ।

 

୧୭-ଲାଇସେନ୍ସ ବିନା ଔଷଧ ବିକ୍ରି କରୁଥିବା ଇ-ଫାର୍ମାସୀ କମ୍ପାନୀକୁ ଡିସିଜିଆଇର କାରଣ ଦର୍ଶାଅ ନୋଟିସ ।

 

୧୮-ପୂରଣ ହେବ ୬୦୨୫ଟି ଶିକ୍ଷକ ପଦବୀ: ସୃଷ୍ଟି ହେବ ୧୫ ପ୍ରତିଶତ LTR ପଦବୀ, ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି ।

 

ସୁପ୍ରଭାତ ,ଶୁଭ ସକାଳ ।