March 10, 2026

ଗଜପତି ଜିଲ୍ଲାପାଳଙ୍କ ମହନୀୟତା…. ମଦୁରାଇରେ ମୃତ ଦାଦନ ଶ୍ରମିକଙ୍କ ଶବ ଆଣିବାକୁ ସହାୟତା ପ୍ରଦାନ

IMG-20260114-WA0052
Share

 

 

ପାରଳାଖେମୁଣ୍ଡି:୧୪/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାପାଳଙ୍କ ମାନବିକ ଚେହେରା ପ୍ରକାଶ ପାଇଛି। ବାହାର ରାଜ୍ୟ ତାମିଲନାଡୁର ମଦୁରାଇ ଠାରେ କାର୍ଯ୍ୟରତ ଥିବା ଗଜପତିର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ଗ୍ରାମକୁ ଫେରାଇ ଆଣିବାରେ ଅସମର୍ଥ ପରିବାରକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସହାୟତାର ହାତ ବଢ଼ାଇଛନ୍ତି।ସୂଚନା ଅନୁଯାୟୀ, ସେରଙ୍ଗ ଗ୍ରାମ ନବରଙ୍ଗ ସାହିର ଦିଗବିଜୟ ଲିମ୍ମା (୩୨) ପରିବାର ପୋଷଣ ପାଇଁ ତାମିଲନାଡୁର ମୁଦୁରାଇ ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ହଠାତ୍ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଥିବା ଖବର ପରିବାରକୁ ମିଳିଥିଲା। ମୃତଦେହ ଫେରାଇ ଆଣିବାକୁ ପରିବାର ପାଖରେ ଆର୍ଥିକ ସମ୍ବଳ ନଥିଲା।ଘଟଣା ସମ୍ପର୍କରେ ସଂଖ୍ୟାଲଘୁ ନେତା ଡଃ ପଲ୍ଲଭ କୁମାର ଲିମ୍ମାଙ୍କ ସହ ପରିବାର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଘଟଣାର ଗମ୍ଭୀରତା ବୁଝି ଜିଲ୍ଲାପାଳ ମୃତଦେହ ଫେରାଇ ଆଣିବା ଖର୍ଚ୍ଚ ବାବଦକୁ ରେଡ କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ତୁରନ୍ତ ମଞ୍ଜୁର କରିବା ସହ ପରିବାରକୁ ସମସ୍ତ ଯୋଗ୍ୟ ସରକାରୀ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ମୃତକଙ୍କ ପରିବାର କହିଲେ ବିଧବା ମା, ବିଧବା ପତ୍ନୀ ଓ ୪ ବର୍ଷ ଓ ୬ ମାସ ବୟସର ଦୁଇଜଣ କୁନି ସନ୍ତାନ ଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ ଏହି ସମ୍ବେଦନଶୀଳ ପଦକ୍ଷେପକୁ ସର୍ବତ୍ର ପ୍ରଶଂସା କରାଯାଉଛି।