September 26, 2026

ଉଦଯାପନ ହେଲା ଶାରଳା ଶ୍ରୀକ୍ଷେତ୍ର ର ତ୍ରୀଦିବସୀ୍ୟ ଯଜ୍ଞ ..

IMG-20250114-WA0120
Share

 

ତିର୍ତ୍ତୋଲ

 

ବିଶ୍ୱଶାନ୍ତି ପାଇଁ ଆୟୋଜିତ ହୋଇଥିବା ଦ୍ୱାଦଶତମ ତ୍ରୀଦିବସିୟ ଯଜ୍ଞ ର ଉଦଯାପନ ହୋଇଯାଇଛି l ଶେଷ ଦିବସରେ ପୂର୍ଣ୍ଣାହୁତୀ ଅବସରରେ ସହସ୍ରାଧିକ ଶ୍ରଦ୍ଧାଳୁ ମାନଙ୍କର ଉପସ୍ଥିତ ହୋଇଥିବା ବେଳେ, ପୂଜ୍ୟପୂଜାର ପରମ୍ପରାଗତ ସମ୍ବର୍ଦ୍ଦନା କାର୍ଯ୍ୟକ୍ରମ କରାଯାଇଥିବାର ଦେଖିବାକୁ ମିଳିଥିଲା l ଖବର ଅନୁସାରେ ଦୀର୍ଘ ୧୨ ବର୍ଷ ହେବ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସାରଳା ରୋଡ଼ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ବିଶ୍ଵଶାନ୍ତି ଯଜ୍ଞରେ ମୁଖ୍ୟ ପୁରୋଧା ଥିଲେ ପଣ୍ଡିତ ଦେବରାଜ ପାଢ଼ୀ ଏବଂ ବୈଦିକ କାର୍ଯ୍ୟରେ ସହଯୋଗୀ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ପଣ୍ଡିତ ବର୍ଗ l ବିଶିଷ୍ଠ ସମାଜସେବୀ ବିଶ୍ଵପ୍ରକାଶ ମହାପାତ୍ରଙ୍କ ତତ୍ୱାବଧାନ ରେ ଆୟୋଜିତ ତ୍ରିଦିବସୀୟ ଯଜ୍ଞରେ,ପୂର୍ବ ପରମ୍ପରା କ୍ରମେ ତିର୍ତ୍ତୋଲ ର ଅଧିଷ୍ଠାତ୍ରୀ ଦେବୀ, ଝଙ୍କଡବାସିନୀ ମା’ ଶାରଳା ଦେବୀ ଙ୍କ ଚନ୍ଦନ ପୁଷ୍କରିଣୀ ରୁ ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚନା ସହିତ ଜଳଭରା କଳସ ଶୋଭାଯାତ୍ରା କରାଯାଇ, ସାରଳା ରୋଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର କୁ ଆସିବା ପରେ, ଅଙ୍କୁରାରୋପଣ ସହିତ, ସୂର୍ଯ୍ୟପୂଜା, ଗୋପୂଜା, ଶାଲାପୂଜା, ଦଶଦିଗପାଳ ପୂଜା ଆଦି କ୍ରିୟାତ୍ମକ ଵିଧି ଅନୁସାରେ ତ୍ରିଦିବସୀୟ ଯଜ୍ଞର ପ୍ରାରମ୍ଭ ହୋଇଥିଲା l ଦୈନିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ,

ଜଗନ୍ନାଥ କ୍ଷେତ୍ର କୁ ଛୋଟିଆ ଶ୍ରୀକ୍ଷେତ୍ର ର ଭକ୍ତିମୟ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା l ମନ୍ଦିର ର ମୁଖ୍ୟ ପୂଜକ ପଣ୍ଡିତ ଅଶୋକ କୁମାର ଦାଶ ଏହି ତ୍ରୀଦିବସୀ୍ୟ ଯଜ୍ଞର ସମସ୍ତ ପ୍ରକାର ଦାୟିତ୍ୱ ବହନ କରୁଥିବା ବେଳେ ସ୍ଥାନୀୟ ଯୁବଶ୍ରଦ୍ଧାଳୁ ସକ୍ରିୟ ସହଯୋଗ କରୁଥିବାର ଆୟୋଜକ କମିଟି ସୂତ୍ରରୁ ସୂଚନା ମିଳିଛି l ସମାଜସେବୀ ବିଶ୍ଵପ୍ରକାଶ ମହାପାତ୍ର ଯଜ୍ଞକର୍ତ୍ତା ଭାବେ ଦାୟିତ୍ୱ ତୁଲାଉ ଥିବାର ଦେଖିବାକୁ ମିଳିଥିଲା

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଖବର l

You may have missed