ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟ ସହୀଦ ଲକ୍ଷ୍ମଣ ନାୟକ ଛାତ୍ର ଆବାସ ରେ ଦଶମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତ ଦେହ, ବିଦ୍ୟାଳୟରେ ଉତେଜନା।

ରାୟଗଡା -(ସୁରେନ୍ଦ୍ର ମହାନ୍ତି )ସରକାରୀ (ଏସ.ଏସ.ଡି) ଉଚ୍ଚ ବିଦ୍ୟାଳୟ ସହୀଦ ଲକ୍ଷ୍ମଣ ନାୟକ ଛାତ୍ର ଆବାସ ରେ ଦଶମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତ ଦେହ, ବିଦ୍ୟାଳୟରେ ଉତେଜନା।ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଗତିଗୁଡ଼ା ସ୍ଥିତ ସୋମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଆଜି ଅପରାହ୍ନ ରେ ଛାତ୍ରା ବାସରେ ଫାଶୀ ହୋଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଏହା ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।ଏହି ଘଟଣା କୁ ନେଇ ବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗିରହିଛି। ମୃତ ଛାତ୍ର ଜଣକ ହେଲେ ନିୟମଗିରି ପାହାଡ଼ ଅଞ୍ଚଳ କୁର୍ଲି ଗ୍ରାମର ମୋହନ କରକାରିଆ ଙ୍କ ପୁତ୍ର ସୁଧୀର କରକରିଆ। ଘଟଣା ସ୍ଥଳରେ ବିଷମକଟକ ଏସଡିପିଓ ସନ୍ତୋଷିନି ଓରାମ ଓ ଥାନା ଅଧିକାରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ବ କରିଛନ୍ତି। ଖବର ପାଇଁ ଜିଲ୍ଲା ମଙ୍ଗଳ ଅଧିକାରି , ବ୍ଲକ ସମ୍ପରସାରଣ ଅଧିକାରୀ ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଦ୍ୟାଳୟ ରେ ପହଂଚିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ କୁ ଆଧାର କରି ସାଇଣ୍ଠିଫିକ ଟିମ ଓ ସନ୍ଦାନ କୁକୁର ଆଣି ତଦନ୍ତ କରିବାକୁ ପୋଲିସ ପ୍ରସ୍ତୁତ ହୋଇଛି। ସୂଚନା ଅନୁସାରେ ମୃତ ଛାତ୍ର ଦେହ ଅସୁସ୍ଥତା କାରଣ ଦର୍ଶାଇ ଆଜି ବିଦ୍ୟାଳୟ କୁ ଯାଇ ନଥିବା ବେଳେ ଅପରାହ୍ନରେ ସହପାଠୀ ମାନେ କଠରୀର କବାଟ ଖୁଲିବା ସମୟରେ ସୁଧୀର କରକାରୀଆ ଙ୍କୁ ଜୁଲନ୍ତା ଅବସ୍ଥା ରେ ଦେଖିଥିଲି। ଏ ନେଇ ସ୍କୁଲ କତୃପକ୍ଷ ଙ୍କୁ ସହପାଠୀ ଜଣାଇ ଥିଲେ। ଏହା ପରେ ବିଦ୍ୟାଳୟ ପକ୍ଷରୁ ବିଷମକଟକ ଥାନା କୁ ଖବର ଦେଇଥିଲେ। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
