ଅଧାରୁ ପାଠ ଛାଡିଥିବା ୫୫ ଜଣ ଶିକ୍ଷାର୍ଥୀ ବିଦ୍ଯାଳୟକୁ ଫେରିଲେ
ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ରଙ୍କ ବଳିଷ୍ଠ ତତ୍ତ୍ଵାବଧାନରେ ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗୋଟିଏ ଦିନରେ ସମୁଦାୟ ୫୫ ଜଣ ଶିକ୍ଷାର୍ଥୀ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ସେଥି ମଧ୍ୟରୁ ୩୩ ଜଣ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ନାମ ଲେଖାଇଛନ୍ତି । ଏହା ପୂର୍ବରୁ ୨୨ ଜଣ ଅଧାରୁ ପାଠ ଛାଡିଥିବା ଭିନ୍ନକ୍ଷମ ଶିକ୍ଷାର୍ଥୀ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଇବା ସହ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ସୁନିଶ୍ଚିତ କରାଯାଇଅଛି । ଆଗାମୀ ଦିନରେ ଅଧାରୁ ପାଠ ଛାଡିଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିବା ସହ ପରବର୍ତ୍ତୀ ସମୟରେ କୌଣସି ଶିଶୁ ଯେପରି ଅଧାରୁ ପାଠ ନ ଛାଡନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ବିଇଓଙ୍କଠାରୁ ପ୍ରକାଶ ପାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା କୁମାରୀ ପାଢ଼ୀ , ସହ ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ସିଆରସିସି , ଗୋଷ୍ଠୀ ସମ୍ବଳ ଶିକ୍ଷକ ,ପ୍ରଧାନ ଶିକ୍ଷକ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ କର୍ମଚାରୀଙ୍କ ଆନ୍ତରିକତା ଓ ଅଦ୍ୟମ ପ୍ରଚେଷ୍ଟା ଦ୍ଵାରା ଏହା ସମ୍ଭବ ହୋଇ ପାରିଥିବା ଜଣାଯାଇଛି।
