March 8, 2026

ପ୍ରକଳ୍ପ ଗୋଟିଏ, ଶିଳାନ୍ୟାସ ତିନି ଥର 

IMG-20251213-WA0045
Share

ଖୋର୍ଦ୍ଧା- ପ୍ରିୟଙ୍କା ମହାପାତ୍ର – ଖୋର୍ଦ୍ଧା ପୌରପରିଷଦ ର ୫ ନମ୍ବର ୱାର୍ଡ ରେ ଥିବା ହାଟ ପୋଖରୀ କୁ ୨୦୨୩, ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସ ରେ ଆମ ପୋଖରୀ ଯୋଜନା ରେ ସାମିଲ କରାଯାଇଥିଲା ଖୋର୍ଦ୍ଧା ର ତତ୍କାଳୀନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏହି ପ୍ରକଳ୍ପ ର ଆନୁଷ୍ଠାନିକ ଭାବରେ ଶିଳାନ୍ୟାସ କରିଥିଲେ ଏବଂ ଏହାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ କରଣ ନାମ ରେ ଖୋର୍ଦ୍ଧା ପୌରପରିଷଦ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଲୋକ ଦେଖାଣିଆ ପୋଖରୀ ର ଖନନ ଏବଂ ଚାରି ପାଖରେ ଆଲୋକି କରଣ କାର୍ଯ୍ୟାରମ୍ଭ କରାଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରିନଥିଲା l ଦ୍ୱିତୀୟ ଥର ୨୦୨୫ ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ସେହି ପ୍ରକଳ୍ପ ର ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିଲେ ଯାହା ନାମ ଫଳକ ରେ ଉଲ୍ଲେଖ ରହିଛି, କିନ୍ତୁ ଏତିକି ରେ ସନ୍ତୁଷ୍ଟ ହୋଇନଥିଲେ ଖୋର୍ଦ୍ଧା ପୌରପରିଷଦ କର୍ତ୍ତୃପକ୍ଷ ପୁନର୍ବାର ତୃତୀୟ ଥର ନିମନ୍ତେ ୮ ଡିସେମ୍ବର ୨୦୨୫ ରେ ବିଧାୟକ ଶ୍ରୀ ଜଗଦେବ ଙ୍କ ଦ୍ବାରା ଏହି ପ୍ରକଳ୍ପ ର ଶିଳାନ୍ୟାସ କରାଇଛନ୍ତି l ଗୋଟିଏ ପ୍ରକଳ୍ପ କୁ ତିନି ତିନି ଥର ଶିଳାନ୍ୟାସ ଏବଂ ସେହି ସ୍ଥାନ ରେ ତିନୋଟି ନାମ ଫଳକ ଲାଗିବା ନେଇ ପୌର ପରିଷଦର କାର୍ଯ୍ୟଦକ୍ଷତା ଏବଂ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି l ଦୁଇ ବର୍ଷ ମଧ୍ୟରେ ହାଟ ପୋଖରୀ ର ତିନି ଥର ଶିଳାନ୍ୟାସ ଏବଂ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ l ଆଉ କେତେଥର ଏହି ହାଟ ପୋଖରୀ ର ଶିଳାନ୍ୟାସ ଏବଂ କେତେ ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ସାଧାରଣ ରେ ଆଲୋଚନା ହେଉଛି l