December 18, 2024

ଓଡିଶା ପେଣ୍ଟର୍ସ ସଂଘ ତରଫରୁ ତିର୍ତୋଲ ବିଡ଼ିଓ ଦାବିପତ୍ର ପ୍ରଦାନ 

Share

    ଅଧୁନା ରାଜ୍ୟରେ ବିଭିର୍ନ ବିଭାଗ ତରଫରୁ ଲୋକ ସଚେତନତା ସୃଷ୍ଠି ପାଇଁ ଓ ରାଜପଥ ପାର୍ଶ୍ୱ କାନ୍ଥ କଳା ସଂସ୍କୃତି

ପ୍ରଚାର ପ୍ରସାର ନିମନ୍ତେ କୋଟିକୋଟି ଟଙ୍କା ବ୍ୟୟ କରାଯାଉ

ଥିବା ବେଳେ ଏହାକୁ ପରିପୃଷ୍ଠ କରୁଥିବା ଚିତ୍ର ଶିଳ୍ପୀ ଉଚିତି ପାରି ଶ୍ରମିକ ରୁ ବଂଚିତ ହେବାରୁ ଏବେ ନିଜର ହକ ଦାବି ପାଇବା ପାଇଁ ଅଲ ଓଡିଶା ପେଣ୍ଟର ୱା୍ରକରସ ଆସୋସିଏସନ ଜଗତସିଂହପୁର ଶାଖା ର ବିଭିର୍ନ ବ୍ଲକ ର ପ୍ରତିନିଧି ଓ ଜିଲ୍ଲା କର୍ମକର୍ତ୍ତା ପ୍ରଶାସନ ର ଦ୍ୱାରସ୍ତ ହୋଇ ଦାବିପତ୍ର ପ୍ରଦାନ କରୁଛନ୍ତି l

ଗତ ବୁଧବାର ପୂର୍ବରାହ୍ନ ରେ ତିର୍ତୋଲ କୁମାର ଉତ୍ସବ ସମିତି ସଭାଗୃହରେ ପେଣ୍ଟର୍ସ ଆସୋସିଏସନ କର୍ମକର୍ତ୍ତା ମାନେ ମିଳିତ ହୋଇ ଏକ ସଭା କରିଥଲେ

ତିର୍ତୋଲ ଅଂଚଳର ବିଭିର୍ଣ୍ଣ କାଯ୍ୟାଳୟ ଯଥା, ମେଡିକାଲ, ପୂର୍ତ୍ତ, ଗ୍ରାମ୍ୟ ଉର୍ନୟନ ଜଲସମ୍ପଦ, ପାନୀୟ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଆଦିଙ୍କୁ ନିଜର ଦାବି ପତ୍ର ପ୍ରଦାନ ସହିତ ତିର୍ତୋଲ ବ୍ଲକରେ ପହଂଚି ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରି ସହ କରି ଗୋଷ୍ଟୀ ଉର୍ନୟନ ଅଧିକାରୀ ସତ୍ୟଜିତି ସ୍ୱାଉଁ ଙ୍କୁ ଭେଟି ନିଜର ଦାବିପତ୍ର ସରକାରଙ୍କ ଉଦେଶ୍ୟରେ କରିଥିଲେ ପ୍ରଦାନ କରିଥିଲେ,

ସରକାର ସଚେତନତା ଉଦେଶ୍ୟ ରେ ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା

ଠିକାଦାର ଓ ଅଫିସର ଙ୍କ ମଧୁ ଚନ୍ଦ୍ରିକା ରେ ବାଟ ମାରଣା ହେଉଥିବାରୁ ଖରାବର୍ଷା ରେ ଖଟି ପେଟ ପୋଶି ବାକୁ ଏହି ଚିତ୍ର କଳା ବୃତ୍ତିକୁ ଆବୋରି ନେଇ ଥିବା କଳାକାର ମାନେ ପରିବାର ଭରଣ ପୋଷଣ କରିବାରେ ଅକ୍ଷମ ବୋଲି ଅଭିଯୋଗ ଆଣିଛନ୍ତି ଯାହାର ପ୍ରତିବାଦ ସ୍ୱରୂପ

ରାଜ ରାସ୍ତାକୁ ଓହ୍ଲାଳାଇବା ନିମନ୍ତେ ବାଧ୍ୟ୍ୟ ହେଲେଣି, ଏମାନଙ୍କୁ ସିଧା ସଳଖ କାମ ଦେବା, କଳାକାର ମାନ୍ୟତା ଦେବାସହ ପେଣ୍ଟିଙ୍ଗି କାର୍ଯ୍ୟରୁ ମିଡିଲି ପାର୍ସନ ଠିକାଦାର କୁ ହଟାଇବା ଲାଗି ଜଗତସିଂହପୁର ଜିଲ୍ଲା ଉପ ସଭାପତି ଲୋକନାଥ ଦାସ, ଜିଲ୍ଲା ତଥା ରାଜ୍ୟ ସଂଯୋଜକ ପ୍ରଭାତ ନଳିନୀ କାଣ୍ଡି, ମୋହନ ଚରଣ ଦାସ, ସମ୍ପାଦକ ଜ୍ୟୋତି ପ୍ରକାଷ ରାଏ, ସହ ସମ୍ପାଦକ ମନୋଜ ସାହୁ, ତିର୍ତୋଲ, ଏରସମା, ରଘୁନାଥ ପୁର ଆଦି ବ୍ଲକ ସଙ୍ଘଠନ ସମ୍ପାଦକ ଓ ସଭ୍ୟ ମାନେ ମିଳିତ ହୋଇ ଏହି ଦାବି କରିଛନ୍ତି l। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )