November 21, 2024

ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ସମ୍ମିଳନୀ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪/୨୫

Share

 

ତିର୍ତ୍ତୋଲ

 

-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ସରକାରୀ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ସମ୍ମିଳନୀ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪/୨୫ l ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥିଭାବେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଥିଲେ ସାଂସଦ ବିଭୁ ପ୍ରସାଦ ତରାଇ l ସଭା ପ୍ରାରମ୍ଭରୁ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉଦଘାଟନ କରିବା ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ଓ ନୃତ୍ୟାଭିନୟ କରାଯାଇଥିଲା l ଏହି ସଭାରେ ସମ୍ମାନିତ ଅତିଥିଭାବେ ମଞ୍ଚ ମଣ୍ଡନ କରିଥିଲେ ମଣିଜଙ୍ଗା ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ,ସମାଜସେବୀକା ସୁଭଦ୍ରା ସାହୁ, ଏବିଓ ବିଷ୍ନୁପ୍ରିୟା ଦେବୀ, ପ୍ରାକ୍ତନ ଶିକ୍ଷାବିତ୍ ଅକ୍ଷୟ କୁମାର ସାହୁ, ଜଡତିରା ପଞ୍ଚାୟତ ର ସରପଞ୍ଚ ଶିବ ପ୍ରସାଦ ସାହୁ, କୃଷିବିଜ୍ଞାନୀ ଡଃ. ଦ୍ୱାରିକା ମୋହନ ଦାସ l

ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ଅକ୍ଷୟ ମୁକର ନାୟକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ।

ଏହି ବିଜ୍ଞାନ ପ୍ରଦର୍ଶିନୀ ରେ ମୋଟ ୧୮୩ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ୨୫୦ ରୁ ଅଧିକ ବିଜ୍ଞାନ ଭିତ୍ତିକ କୌଶଳ ମାନ ପ୍ରଦର୍ଶନ କରିଥିଲେ । ଏସବୁ ପରିଚାଳନା କ୍ଷେତ୍ରରେ ସମସ୍ତ ସିଆରସିସି ଓ ମଣିଜଙ୍ଗା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ବିଜ୍ଞାନର ବିକାଶ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ସ୍ତରରୁ ଉପଯୁକ୍ତ ଶିକ୍ଷା ଯୋଗାଇ ଦେଲେ ଦେଶର ଭବିଷ୍ୟତ ଉଜ୍ବଳ ହୋଇପାରିବ ବୋଲି ଆମନ୍ତ୍ରିତ ଅତିଥିମାନେ ତଥ୍ୟ ଭିତ୍ତିକ ସ୍ୱ ସ୍ଵ ବକ୍ତବ୍ୟ ପ୍ରଦାନ କରି ପ୍ରଦର୍ଶନୀରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ସହିତ ଆସିଥିବା ଅବିଭାବକ ମାନଙ୍କୁ ଉତ୍ସାହିତ କରିଥିବାର ଦେଖିବାକୁ ମିଳିଥିଲା ।

 

( ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର । )

You may have missed