April 11, 2025

ପୁଲିସ ପରିଚୟ ଦେଇ ବୃଦ୍ଧଙ୍କ ହାତରୁ ସୁନା ମୁଦି କାଢ଼ି ନେଲା ଦୁର୍ବୃତ୍ତ

Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଦିନ କୁ ଦିନ ଚୋରି, ଲୁଟ ଏଭଳି ଘଟଣା ମାନ ଘଟିଚାଲିଛି । ଗତକାଲି ସନ୍ଧ୍ୟାରେ ବଳରାମ ନଗର ତୁଳସୀ ଲେନ ରେ ରହୁଥିବା ଗୋବିନ୍ଦ ମିଶ୍ର ନାମକ ଜଣେ ୮୬ ବର୍ଷ ବୃଦ୍ଧ ଙ୍କ ହାତରୁ ସୁନା ମୁଦି ଲୁଟି ନେଇଛି ଦୁର୍ବୃତ୍ତ । ସବୁଦିନେ ସନ୍ଧ୍ୟାରେ ସେ ମଙ୍ଗଳା ମନ୍ଦିର କୁ ଯାଆନ୍ତି । ଗତକାଲି ସନ୍ଧ୍ୟାରେ ମନ୍ଦିର କୁ ଚାଳି ଯାଉଥିବା ବେଳେ ଆଇ ଡି ବି ଆଇ ବ୍ୟାଙ୍କ ସମ୍ମୁଖରେ ଜଣେ ବ୍ୟକ୍ତି ସ୍କୁଟି ରେ ଆସି ପୁଲିସ ପରିଚୟ ଦେଇ ବୃଦ୍ଧ ଜଣକ ହାତ କୁ ଧରି ନାକ ପାଖକୁ ନେଇ ମୁଦି ଟି କାଢ଼ି ନେଇ ଉକ୍ତ ସ୍ଥାନରୁ ଉଭାନ ହୋଇ ଯାଇଥିବା କହିଛନ୍ତି । ଏ ନେଇ ଗୁଣୁପୁର ଥାନାରେ ଅଭିଯୋଗ ଦାଖଲ ହୋଇଛି । ପୁଲିସ ଆଖପାଖ ର ସିସି ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

You may have missed