ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରିୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ
ଅସ୍ତରଙ୍ଗ,ବୁଧବାର ଦିନ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ପରି ସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅୁନୁଷ୍ଠିତ ହୋଇ ଜାଇ ଅଛି । ଏହି ଦିନିକିଆ ବିଜ୍ଞାନ ମେଳାକୁ ଗଲା ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ୱର୍ ରଖିଥିବା ଶୁଭମ ସାହୁ ବେଳାଭୂମି ହାଇ ସ୍କୁଲ୍ ଓ ଦିବ୍ୟ ଦର୍ଶନ ଦାସ ପାଟଳଡା ହାଇସ୍କୁଲ ର ଛାତ୍ର । ଏହି ମେଳାରେ ହାଇସ୍କୁଲ ର ୨୨ ଗୋଟି ମାଇନର ୧୦୭ ଓ ଆଦର୍ଶ ବିଦ୍ୟାଳୟର ୧ ଗୋଟି ସ୍କୁଲ ମିଶି ମୋଟ୧୩୦ ଗୋଟି ବିଦ୍ୟାଳୟ ଭାଗ ନେଇଥିଲେ । ଏହି ବିଜ୍ଞାନ ମେଳାରେ ଖାଦ୍ୟ,ଯୋଗାଣ, ପରିବହନ , ସ୍ୱାସ୍ଥ,ପ୍ରାକୃତିକ ଚାଷ,ପ୍ରାକୃତିକ ବିପର୍ଯ୍ୟୟ,ଗାଣିତିକ ଚିନ୍ତାଧାରା,ଆବର୍ଜନାର ସୁ ବିନିଯୋଗ ଆଦି ଉପରେ ଗୁରୁତ୍ଵ ଦିଆ ଜାଇ ବିଜ୍ଞାନ ମେଳାରେ ପ୍ରଦର୍ଶନୀ କରା ଯାଇ ଥିଲା । ୯୦ ଗୋଟି ପ୍ରୋଜେକ୍ଟ ଭିତରୁ ୭ ଗୋଟି ବଛା ଜାଇ,ଜିଲ୍ଲା ସ୍ତରକୁ ଯିବା ପାଇଁ ପ୍ରସ୍ତାବ ରହିଛି । ଅପରାହ୍ନ ଉଦଯାପନ କାର୍ଯ୍ୟକ୍ରମ ରେ,ଅତିଥି ଭାବେ,ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଷିନୀ ପତି,ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା,ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦିଲ୍ଲୀ ର ବୈଜ୍ଞାନିକ ଶଙ୍କର ପ୍ରସାଦ ଜେନା,ସରପଞ୍ଚ ରାମ ଚନ୍ଦ୍ର କାଣ୍ଡି,ପ୍ରଭୁତି ଯୋଗ ଦାନ କରି ବିଜ୍ଞାନ ମେଳାର ଉପକାର ଓ ଅପକାର ଉପରେ ଆଲୋଚନା କରି ଥଲେ । ମିଳିତ ଶିକ୍ଷକ ସଂଘ ର ସଭାପତି ବିପିନ ବିହାରୀ ମହାନ୍ତି,ସାଧନ କେନ୍ଦ୍ର ର ସି ଆର ସି,ସନ୍ତୋଷ କୁମାର ସ୍ବାଇଁ,ମଙ୍ଗୁଳି କାଣ୍ଡି,ରବୀନ୍ଦ୍ର ପରିଡ଼ା ଙ୍କ ସମେତ ଅସ୍ତରଙ୍ଗ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବା ବେଳେ,ବିଜ୍ଞାନ ମେଳାର ସମ୍ପାଦକ ତଥା ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପରିଡ଼ା କାର୍ଯ୍ୟକ୍ରଗୁଡ଼ିକ ପରିଚାଳନା କରିଥିଲେ । ସଂଯୋଜନା କରିଥିଲେ ଶିକ୍ଷକ ଦିଲୀପ କୁମାର ବିଶ୍ବାଳ ।