July 6, 2024

କାର୍ତ୍ତିକ ସୋମବାର ତୃତୀୟ ପାଳି , ଶୈବପୀଠ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ଗହଳି

Share

କାର୍ତ୍ତିକ ସୋମବାର ତୃତୀୟ ପାଳି , ଶୈବପୀଠ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ଗହଳି
ବୁଗୁଡ଼ା : ତା ୧୩/୧୧/୨୩ : ଧର୍ମ ମାସ କାର୍ତ୍ତିକର ତୃତୀୟ ସୋମବାର ପାଳିରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ଶ୍ରଦ୍ଧାଳୁଙ୍କ ଯୋଗୁଁ ଚଳ ଚଞ୍ଚଳ ହୋଇ ଉଠିଛି । ବୁଗୁଡା ଏବଂ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଦେଖିବାକୁ ମିଳିଥିଲା ବେଳେ ବଡି ସକାଳୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । କେତେକ ଭକ୍ତ ପାହାଚ ଚଢି ତ ଆଉ କେତେକ ଭକ୍ତ ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ ଉପରିସ୍ଥ ପଞ୍ଚ ଶମ୍ଭୁଙ୍କ ଦର୍ଶନ ସାଙ୍ଗକୁ କୃପା ଭିକ୍ଷା କରିଥିଲେ । ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହାନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା । ଯାନବାହାନ ଚଳାଚଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ପାର୍କିଂ ଫି ସଂଗ୍ରହରେ ସ୍ବେଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା ବେଳେ ପୋଲିସ ବାହିନୀ ଲୋକଙ୍କ ଭିଡ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ନିୟୋଜିତ ଥିଲେ ।

You may have missed