July 6, 2024

ଜିଲ୍ଲା ସ୍ତରୀୟ ୟୁଥ୍ ରେଡ୍ କ୍ରସ୍ ପ୍ରଶିକ୍ଷଣ ଶିବିର ଉଦଘାଟିତ

Share

ଜିଲ୍ଲା ସ୍ତରୀୟ ୟୁଥ୍ ରେଡ୍ କ୍ରସ୍ ପ୍ରଶିକ୍ଷଣ ଶିବିର ଉଦଘାଟିତ
ବୁଗୁଡ଼ା : ତା ୧୩/୧୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ୟୁଥ୍ ରେଡ୍ କ୍ରସ୍ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ୩୫ଟି ମହାବିଦ୍ୟାଳୟର ଓ୍ବାଇଆରସି କାଉନସିଲରମାନଙ୍କ ସାଙ୍ଗକୁ ମୋଟ ୧୧୫ ଜଣ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ ଏବଂ ସେଥି ମଧ୍ୟରୁ ସ୍ବେଚ୍ଛା ସେବକ ଓ ସେବିକାଙ୍କ ସଂଖା ଯଥାକ୍ରମେ ୭୯ ଓ ୩୬ ରହିଥିଲା । ଉକ୍ତ ତ୍ରିଦିବସୀୟ ଶିବିରକୁ ମୁଖ୍ୟ ଅତିଥି ତଥା କଲେଜ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ ରେଡକ୍ରସ ପତାକା ଉତ୍ତୋଳନ ଏବଂ ସାମୁହିକ ଶପଥ ଗ୍ରହଣ ପୂର୍ବକ ଉଦଘାଟନ କରିଥିଲେ । ଏଥି ନିମନ୍ତେ ଆୟୋଜିତ ଉତ୍ସବରେ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିଲା ବେଳେ ଏଥିରେ ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ପ୍ରାକ୍ତନ ଓ୍ବାଇଆରସି ସଂଯୋଜକ ବି.ଗୋବିନ୍ଦ ରାଓ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓ୍ବାଇଆରସି ସଂଯୋଜକ ଦିଲ୍ଲୀପ କୁମାର ଆଚାର୍ଯ୍ୟ , ପିପୁଲ୍ସ କଲେଜ ଆଇକ୍ୟୁଏସି ସଂଯୋଜକ ଅଧ୍ଯାପକ ପ୍ରଦୀପ କୁମାର ଦାଶ ପ୍ରମୁଖ ଅତିଥି ଯୋଗ ଦେଇ ଶିବିରାର୍ଥୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପିପୁଲ୍ସ କଲେଜ ଓ୍ବାଇଆରସି କାଉନସିଲର ଅଧ୍ଯାପକ ବିନୋଦ କୁମାର କର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ କାଉନସିଲର ଅଧ୍ଯାପିକା ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରର ଉଦଘାଟନୀ ଦିବସ ଅବସରରେ ରେଡ୍ କ୍ରସ୍ ସଂସ୍ଥାର ଇତିହାସ ସମ୍ପର୍କେ ଆଲୋକପାତ କରାଯିବା ସହ ଏଚ୍ଆଇଭି ତଥା ଏଡ୍ସର ଭୟାଭୟତା ଏବଂ ଏହାର ପ୍ରତିରୋଧ ପାଇଁ ଆବଶ୍ୟକୀୟ ସଚେତନତା ସମ୍ପର୍କେ ଆଲୋଚନା କରାଯାଇଥିଲା । ଏଥି ସହ ଶିବିରାର୍ଥୀଙ୍କ ମଧ୍ୟରେ ପ୍ରବନ୍ଧ , ଚିତ୍ରାଙ୍କନ , କୁଟପ୍ରଶ୍ନ ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା ଏବଂ ଶିବିରାର୍ଥୀଙ୍କ ଦ୍ବାରା ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

You may have missed