July 6, 2024
Share

*ଖବର ଆଜିର*
ତାରିଖ ୧୩/୧୧/୨୩, ସୋମବାର

୧-ପୁରୀ:ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ, ବଡବଡୁଆ ଡାକି କାଉଁରିଆ କାଠି ଜାଳିଲେ ବିଦେଶୀ ପର୍ଯ୍ୟଟକ।

୨-ଏଥର ଜମିବ ବାଲିଯାତ୍ରା ! ଅରିଜିତ ସିଂ-ସୋନୁ ନିଗମ-ଶ୍ରେୟାଙ୍କ ସ୍ୱରରେ ଝୁମିବ ପଡ଼ିଆ।

୩-ଭୁବନେଶ୍ୱର: ବାଣ ଫୁଟାଉଥିବାବେଳେ ଅଘଟଣ, ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ଜଳିଗଲା ୫ ବସ୍।

୪-ପରିକ୍ରମା ପ୍ରକଳ୍ପ ପୂର୍ବରୁ ନୂଆ ରଙ୍ଗରେ ଝଲସିବ ପୁରୀ ବଡଦାଣ୍ଡ । ସବୁ କୋଠା ହେବ ଫିକା ଗୋଲାପି । ୫-ଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ ସମୟରେ ହୋଇଛି ନିଷ୍ପତ୍ତି।

୫-ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ, ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ ଭଦ୍ରକାଳୀ।

୬-ଭୁବନେଶ୍ୱର:ମଦ ପିଇ ଉତ୍ପାତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ବିନା ୟୁନିଫର୍ମରେ ବୁଲିବେ ପୋଲିସ।

୭-ବାରିପଦା:ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ, ବାଣ ପଡ଼ି ନିଆଁ ଲାଗିଥିବା ସନ୍ଦେହ।

୮-କଟକ ନରାଜ ଅନ୍ତର୍ଗତ କୈବର୍ତ୍ତ ସାହି ଘାଟ:ପୁଅର ଜୀବନ ବଞ୍ଚାଇ ପାଣି ସୁଅରେ ବୁଡିଗଲେ ବାପା।

୯-ଧନତେରସରେ ସୁନା, ଦୀପାବଳିରେ ଜମିଲା ଇଲେକଟ୍ରୋନିକ୍ସ ଓ ଘରକରଣା ସାମଗ୍ରୀର ବ୍ୟବସାୟ । ଦୀପାବଳିରେ ବଢ଼ିଲା ୧୫ ପ୍ରତିଶତ କାରବାର।

୧୦-ଗହୀରମଥା:କଇଁଛଙ୍କ ଅଣ୍ଡାଦାନ ସମୟ । ପ୍ରଶାସନ ପକ୍ଷରୁ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ । ହେଲେ ଅଚଳ ହୋଇପଡିଛି ଦୁଇ ଦୁଇଟି ସ୍ପିଡ୍ ବୋଟ।

୧୧-କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁ:ଝିଅ ପ୍ରେମ ବିବାହ କରିବାରୁ ଶୁଦ୍ଧି ହେଲେ ବାପା, କଲେ ଏକାଦଶ ଓ ଦ୍ଵାଦଶ କର୍ମ।

୧୨-ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ୧୪ଜଣ ଓଡ଼ିଆ ଶ୍ରମିକ, ଭିଡିଓ କରି ଜଣାଇଲେ ଦୁଃଖ।

୧୩-ବିଜେପିରେ ଯୋଗ ଦେଇପାରନ୍ତି ପ୍ରଦୀପ ପାଣିଗ୍ରାହୀ: ରାଜ୍ୟପାଳଙ୍କ ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ସହ ନଜର ଆସିବା ପରେ ବଢିଲା ଚର୍ଚ୍ଚା।

୧୪-ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ଏପଟେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ।

୧୫-ଉତ୍ତରଖଣ୍ଡର ଉତ୍ତରକାଶୀରେ ବଡ଼ ଧରଣର ଅଘଟଣ: ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲ, ୪୦ଜଣ ଶ୍ରମିକ ଫଶି ରହିଥିବା ସୂଚନା।

୧୬-ନେଦରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ବଡ ବିଜୟ । ୯ରୁ ୯ ଲିଗ୍ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଲା ଟିମ୍ ଇଣ୍ଡିଆ।

୧୭-ବେଙ୍ଗାଳୁରୁ:ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ବଳି ପଡ଼ିଲା ୧୨ ବର୍ଷିୟ ପୁଅର ଜୀବନ।

୧୮-ମୁହୂର୍ତ୍ତ କାରବାରରେ ୩୮୦ ପଏଣ୍ଟ ଚଢିଲା BSE ସେନସେକ୍ସ, NIFTY ୧୯୫୦୦ ପାର।

*🙏 ସୁପ୍ରଭାତ 🙏*

You may have missed