June 29, 2024

ଗୁରୁ କୃଷ୍ଣଚନ୍ଦ୍ର ଦାଶ ଫାଉଡ଼ସନର ବାର୍ଷିକ ଉତ୍ସବ ଓ ପ୍ରତିଭା ପୂଜା ସମାରୋହ ଅନୁଷ୍ଠିତ

Share

… ଭୁବନେଶ୍ୱର,,ସ୍ଥାନୀୟ ଗୀତଗୋବିନ୍ଦ ସଦନ,ବା ସୂଚନା ଭବନ ଠାରେ ଗୁରୁ କୃଷ୍ଣଚନ୍ଦ୍ର ଦାସ ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ଓ ପ୍ରତିଭାପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ତାନସେନ ସିଂ, କୈଳାଶ ସାହୁ, ସୁବାସ ରାମ, ପ୍ରିଲ୍ୟୁଡ଼ର ପରିଚାଳନା ନିର୍ଦ୍ଦେଶକ ସତ୍ୟବ୍ରତ ରଥ ଯୋଗଦେଇଥିଲେ । ଏଥିରେ ଅନୁଷ୍ଠାନର ଉପଦେଷ୍ଟା ମନୋଜ ଦାସ ସଭାପତିତ୍ୱ କରିଥିବାବେଳେ ଫାଉଣ୍ଡେସନର ମୁଖ୍ୟ ପରିଚାଳକ ଜଗନ୍ନାଥ ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ତାନସେନ ସିଂ, କୈଳାଶ ସାହୁ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସୁବାସ ରାମ, ପ୍ରିଲ୍ୟୁଡ଼ ଇଭେଣ୍ଟ ମ୍ୟାନେଜମେଣ୍ଟ ର ଏମ.ଡି. ସତ୍ୟବ୍ରତ ରଥ, ବୟନିକା ସଭାପତି ପ୍ରକାଶ ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ପାରେ ଅନୁଷ୍ଠିତ ସଙ୍ଗୀତ ଆସର କାର୍ଯ୍ୟକ୍ରମରେ ରାଜ୍ୟର ଲବ୍ଧପ୍ରତିଷ୍ଠିତ ଟିକି ନନା, କୈଳାସ ସାହୁ, ତାନସେନ ସିଂ, ସୁବାସ ରାମ, ଅମରେନ୍ଦ୍ର ଜେନା, ସାଗରୀକା ପଟ୍ଟନାୟକ, ଅନିନ୍ଦିତା ଦାସ, ସନ୍ଦୀପ ସାହୁ, ପ୍ରମୁଖ ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ । ବାଦ୍ୟ ଯନ୍ତ୍ରରେ ଚିନ୍ତାମଣି ମିଶ୍ର, ଅଭିରାମ ନନ୍ଦ, ସୁରେଶ ଦଳାଇ, ଶୁଧାଂଶୁ ଜେନା, ସତ୍ୟବାନ ସେଠି ପ୍ରମୁଖ ସହାୟତା କରିଥିଲେ. । ତାନସେନ ସିଂ,ସାଗରିକା ପଟ୍ଟନାୟକ,ସୁବାସ ରାମ୍ ଆଦି କଳାକାରଙ୍କ ସଙ୍ଗୀତ ପରିବେଷଣ, ଦର୍ଶକ ତଥା ଶ୍ରୋତା ଙ୍କ ମନ ଛୁଆଁ ହେବା ସହ,ଗୀତ ଗୋବିନ୍ଦ ସଦନ ପରିସରକୁ, ସରଗରମ କରିଥିଲା ।
[1:06 pm, 13/10/2023] Ganesh Bisoi Media: ଦୁଃଶାସନ ନାୟକ ।