June 29, 2024
Share

*╭──────────────────╮*

*🌄ସକାଳର ଖବର, ୧୩-ଅକ୍ଟବର -୨୦୨୩, ଶୁକ୍ରବାର*

*╰──────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠାର ତାରିଖ ଓ ଶୁଭ ମୁହୂର୍ତ୍ତ ହେଲା ଚୂଡ଼ାନ୍ତ l ୨୦୨୪ ଜାନୁୟାରୀ ୨୨ରେ ରାମଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯିବ। ଏହି ଦିନ ସକାଳ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ପ୍ରଭୁ ରାମଙ୍କୁ ସ୍ଥାପନ କରାଯିବ।

 

➡️୨-ଆରମ୍ଭ ହେଲା ଲକ୍ଷ୍ମୀ ବସ୍‌ ଯୋଜନା, ମାଲକାନଗିରି ବିକାଶର ଲଞ୍ଚପ୍ୟାଡ୍‌ l ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ ବସ୍‌ ଚଳାଚଳ କରିବ।

 

➡️୩-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭଗବାନ ଶିବଙ୍କ ନିବାସସ୍ଥଳୀ ଆଦି-କୈଳାସ ଶିଖରରେ ପାର୍ବତୀ କୁଣ୍ଡ ନିକଟରେ କଲେ ଜପଧ୍ୟାନ ଓ ପୂଜାର୍ଚ୍ଚନା l

 

➡️୪-ଏଣିକି ସରକାରୀ ଛୁଟି ଦିନରେ କାର୍ଯ୍ୟ କଲେ ଡାକ୍ତରଙ୍କୁ ମିଳିବ ବିକଳ୍ପ ଛୁଟି l ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତରେ ଏକ ନିର୍ଦେଶାବଳୀ ସବୁ ସିଡିଏମ୍‌ଓଙ୍କୁ କଲେ ଜାରି l

 

➡️୫-ଏଥର ବର୍ଷାରେ ଭିଜିବ ଦୁର୍ଗା ପୂଜା, ଆସୁଛି ବଡ ଘୂର୍ଣ୍ଣିବଳୟ l ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ୯ ଦିନ ମାତା ଦେବୀଙ୍କୁ ପୂଜା କରାଯିବ । କିନ୍ତୁ ଏଥର ପୂଜା ବର୍ଷାରେ ଭିଜିବାର ସମ୍ଭାବନା ରହିଛି ।

 

➡️୬-୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଲଢ଼ିବେ ବୋଲି ଚର୍ଚ୍ଚା ହେଲା ଆରମ୍ଭ l

 

➡️୭-ଆସନ୍ତା ୨୩ତାରିଖରୁ ଜୟପୁର-ଭୁବନେଶ୍ବର ମଧ୍ୟରେ ଦ୍ବିତୀୟ ବିମାନ ସେବା ଚାଲିବ l ଇଣ୍ଡିଆ ୱାନ୍‌ ଏୟାରର ୯ ସିଟ ବିଶିଷ୍ଟ ବିମାନ ଜୟପୁରରୁ ସକାଳ ୮ଟାରେ ଉଡ଼ାଣ ଭରିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

 

➡️୮-ରାଜ୍ୟରେ ବୁଣାକାରଙ୍କ ପାଇଁ ଲାଗୁ ହୋଇଥିବା ବଳିଆ ଯୋଜନା ଋଣ ସହାୟତା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

 

➡️୯-ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ନେଇ ସୁପ୍ରିମକୋର୍ଟ ଚାଲିଥିବା ମାମଲାର ଶୁଣାଣି ୬ ସପ୍ତାହ ଯାଏଁ ଘୁଞ୍ଚିଲା l

 

➡️୧୦-ଗମ୍ଭୀର ରୋଗର ଚିକିତ୍ସା ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା l

 

➡️୧୧-ପୁଣି ଚିନି ରପ୍ତାନୀରେ ଲାଗିବ ରୋକ । କମ୍ ଅମଳ ପାଇଁ ରପ୍ତାନୀ ବନ୍ଦ କରିବାକୁ ସରକାର ନେଇ ପାରନ୍ତି ନିଷ୍ପତ୍ତି ।

 

➡️୧୨-ପ୍ରଭୂ ଧବଳେଶ୍ୱରଙ୍କ ପ୍ରସିଦ୍ଧ ପଞ୍ଚକ ଓ ବଡଓଷା ଯାତ୍ରା ପାଇଁ ବସିଲା ପ୍ରସ୍ତୂତି ବୈଠକ l ନଭେମ୍ବର ୨୫ରେ ଅନୁଷ୍ଠିତ ହେବ ବଡ଼ଓଷା l

 

➡️୧୩-ବିହାର ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ l

 

➡️୧୪-ଏଣିକି Z ଶ୍ରେଣୀ ସୁରକ୍ଷା ବଳୟରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଜୟଶଙ୍କର ଯୁଆଡ଼େ ଯିବେ, ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ୧୪-୧୫ ଜଣ କମାଣ୍ଡୋ। ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ରହିବେ ସିଆରପିଏଫ୍ କମାଣ୍ଡୋ।

 

➡️୧୫-ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲରେ ଏକ ଜରୁରୀକାଳୀନ ସରକାର ଏବଂ ଯୁଦ୍ଧସମୟ କ୍ୟାବିନେଟ୍‌ ଗଠନ କରିବାର ମାତ୍ର କିଛି ଘଣ୍ଟା ପରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ ହେବାର ଦେଲେ ଆଗୁଆ ସଙ୍କେତ l କହିଲେ ହମାସକୁ ପୃଥିବୀ ପୃଷ୍ଠରୁ ପୋଛି ଦେବୁ l

 

➡️୧୬-ସିରିୟାର ଡାମାସ୍କସ୍‌ ଏବଂ ଆଲେପ୍ପୋରେ ଥିବା ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇସ୍ରାଏଲ କଲା ଆକ୍ରମଣ l ରନ୍‌ୱେକୁ ଛାରଖାର କରିଦେଇଛି।

 

➡️୧୭-ଇସ୍ରାଏଲ-ହମାସ ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଗାଜାରେ ପଶିବେ ୩ ଲକ୍ଷ ସେନା l ହମାସ ମୂଳପୋଛ ପର୍ଯ୍ୟନ୍ତ ଅପରେସନ ଚାଲିବ l ପାଖାପାଖି ୧୫୦ ଇସ୍ରାଏଲୀ ନାଗରିକଙ୍କୁ ହମାସ ଆତଙ୍କବାଦୀମାନେ ଗାଜା ଷ୍ଟ୍ରିପ୍‌କୁ ଅପହରଣ କରିନେଇଛନ୍ତି।

 

➡️୧୮-ରାବଡାଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ଧରାଶାୟୀ, ବଡ଼ ବ୍ୟବଧାନରେ ଜିତିଲା ସାଉଥ୍‌ ଆଫ୍ରିକା l ୧୩୪ ରନ୍‌ରେ ହାରିଲା ହାରିଲା କଙ୍ଗାରୁ ଦଳ।

 

➡️୧୯-ଅଲମ୍ପିକ୍ସରେ ପୁଣି ଧୁମ୍ ମଚାଇବ କ୍ରିକେଟ । ଫଟାଫଟ୍ କ୍ରିକେଟର ମଜା ଉଠାଇ ପାରିବେ ଦର୍ଶକ। ୧୨୮ ବର୍ଷ ପରେ ପୁଣି ଥରେ ଅଲମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟର ଜଲୱା । ୨୦୨୮ରେ ଲସ୍ ଏଞ୍ଜଲ୍ସେରେ ହେବାକୁ ଥିବା ଅଲମ୍ପିକ୍ସରେ ଏମିତି କିଛି ଆକଳନ କରାଯାଉଛି।

 

➡️୨୦-ବିରାଟ କୋହଲିଙ୍କ ପରେ ଦ୍ବିତୀୟ ମ୍ୟାଚ୍‌ରେ ଶ୍ରେଷ୍ଠ କ୍ଷେତ୍ରରକ୍ଷଣ ପ୍ରଦର୍ଶନ ପାଇଁ ଶାର୍ଦୁଳ ଠାକୁରଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ l