ଗଙ୍ଗାଦେବୀ ପୀଠରେ ଜନ୍ମ ଦିନରେ ବୃକ୍ଷ ରୋପଣ
ଗଞ୍ଜାମ= ପ୍ରଦୀପ କୁମାର ପଣ୍ଡା
ଯୁବ ସ୍ବେଛାସେବୀ ମିଟୁ ପ୍ରଧାନ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଚନ୍ତି l ବୁଧବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ମା ଗଙ୍ଗାଦେବୀ ପୀଠ ପରିସରରେ ପ୍ରଧାନ ସ୍ବେଛାସେବୀ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କର୍ଯ୍ୟକର୍ମ କରାଯାଇଥିଲା l ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପlହନ,ପୂର୍ବତନ ସମିତି ସଭ୍ୟ ଛାୟାକନ୍ତ ପ୍ରଧାନ,ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ଚରଣ ପାଢ଼ୀ,ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ଯୁବ ନେତା ଓ ସମାଜ ସେବୀ ସିଲୁ ଦାସ, ଯୁବନେତା ଲିଙ୍ଗରାଜ ମହାପାତ୍ର, ସ୍ଵଚ୍ଛାସେବି ଦୁର୍ଗା ମାଧବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ 80ରୁ ଉର୍ଦ୍ଧ ବିଭିନ୍ନ ଔଷଧୀୟ ଗଛ ଲଗା ଯାଇଥିଲା l ପୂର୍ବ ବର୍ଷ ମଧ୍ୟ ମିଟୁ ପ୍ରଧାନଙ୍କ ଜନ୍ମ ଦିବସରେ ସ୍ବେଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା l ଆଗାମୀ ଦିନରେ ପାଳିବନ୍ଧ ପଞ୍ଚାୟତରେ ସମୁଦ୍ର ଓ ନଦୀର ସଙ୍ଗମ ସ୍ଥଳ ମୁହାଣ ଉପକୂଳରେ ଦୁଇ ହାଜର ଚାରା ରୋପଣ କରାଯିବ ବୋଲି ପ୍ରଧାନ ସ୍ବେଛାସେବୀ ସଂଗଠନ ପକ୍ଷରୁ ସଙ୍କଳ୍ପ ନେଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ମିଳିଛି l
