ଉମରକୋଟ ବ୍ଲକ ରେ ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ……..

ଉମରକୋଟ:-(ଏମ୍ .ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ସୀଙ୍ଗିସରି କ୍ଳଷ୍ଟରର ପୋନାର ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଟ୍ଟନାୟକ ଙ୍କୁ ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏହି ସମ୍ବର୍ଦ୍ଧନା ସଭାରେ ସ୍କୁଲ କମିଟିର ସଦସ୍ୟଙ୍କ ସହ ଗ୍ରାମର ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ l ଶିକ୍ଷକ ଶ୍ରୀ ପଟ୍ଟନାୟକ ଜଣେ ଅଭିଜ୍ଞ ତଥା ଛାତ୍ର ବତ୍ସଳ ମେଳାପି ବ୍ୟକ୍ତିତ୍ୱ ଥିଲେ l ଏହି ବିଦାୟ ସମ୍ବର୍ଦ୍ଧନା ପରିପ୍ରେକ୍ଷୀରେ ବିଦ୍ୟାଳୟର ତିନି ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଓ ଅଭିଭାବକ ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଏକ ଶୋଭାଯାତ୍ରାରେ ଅବସର ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ବାଜା,ବାଜଣା ବଜାଇ ଗ୍ରାମ ରେ ପରିକ୍ରମା କରାଇ ଗାଁମୁଣ୍ଡ ଶେଷରେ ଶିକ୍ଷକଙ୍କ ବିଦାୟଦେଇ ଛାଡିଥିଲେ।ଏହି ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଭାବ ବିହ୍ୱଳ ପରିବେଶ ଦେଖିବାକୁ ମିଳିଥିଲା l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଗଣି ଭତ୍ରାଙ୍କ ନେତୃତ୍ୱରେ ଆୟୋଜିତ ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଗ୍ରାମବାସୀ, ଶିକ୍ଷକ ବୃନ୍ଦ ଛାତ୍ର ଛାତ୍ରୀ ମାନେ ବିଦାୟୀ ଶିକ୍ଷକଙ୍କ ବିଚାରଧାରା ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କର ଶିକ୍ଷାଦାନ ସହ ନାଟକ, ନୃତ୍ୟ, ସଙ୍ଗୀତରେ ଆଗ୍ରହ ଥିବା ସହ ଛାତ୍ରଛାତ୍ରୀମାନଙ୍କ ସହ ନିବିଡ ସମ୍ପର୍କ ପିଲାମାନଙ୍କୁ ସାମଗ୍ରିକ ବିକାଶରେ ସାହାଯ୍ୟ କରୁଥିଲା। ୨୦୦୫ମସିହାରେ ଶିକ୍ଷା ସହାୟକ ରୂପେ ଚାକିରି ଆରମ୍ବ କରି ୨୦୧୧ ମସିହାରେ ରେଗୁଲାର ଶିକ୍ଷକ ରୂପେ କାର୍ଯ୍ୟ କରିଥିବା ଶ୍ରୀ ପଟ୍ଟନାୟକ ବଡବାସିନି ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ କିଛି ବର୍ଷ ପାଇଁ ପ୍ରଧାନ ଶିକ୍ଷକ ରୂପେ ସଫଳତାର ସହ କାର୍ଯ୍ୟ କରିଥିଲେ । ଛାତ୍ରଛାତ୍ରୀ ତଥା ଗ୍ରାମବାସୀମାନଙ୍କ ଶିକ୍ଷକଙ୍କ ପ୍ରତି ଥିବା ଏପରି ଭଲ ପାଇବା ସମସ୍ତଙ୍କୁ ଅଭିଭୂତ କରିଛି। ସେହିପରି
ଅପରାହ୍ନରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ବିଦାୟୀ ଶିକ୍ଷକ ଶ୍ରୀ ପଟ୍ଟନାୟକ ଙ୍କୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ଅବସର କାଳୀନ ସେବା ନିବୃତ୍ତି ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପ୍ରାଥମିକ ଶିକ୍ଷକ ସଂଘର ନେତା ସର୍ବଶ୍ରୀ ଫନିନ୍ଦ୍ର ଗାଇନ୍, ହେମନ୍ତ କୁମାର ଜେନା, ସପନ ସରକାର, ସପନ ରାୟ, ଗଣେଶ ରଣା, ସୁନିଲ ନାୟକ, ନରେଶ ପଟ୍ଟନାୟକ, ତ୍ରିପତି ପଟ୍ଟନାୟକ, ପ୍ରଣୟ ନାୟକ, ରଞ୍ଜନ ଗୌଡ଼ ଶିକ୍ଷୟତ୍ରୀ ସୁନୀତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l
