ସାପ କାମୁଡ଼ା ପ୍ରତି ସାବଧାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ବୁଗୁଡା : ତା ୧୩/୦୮/୨୫ : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଇସିଡିଏସ କାର୍ଯ୍ୟାଳୟ ପକ୍ଷରୁ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ପୌରୋହିତ୍ୟରେ ସାପ କାମୁଡ଼ା ପ୍ରତି ସାବଧାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତି ସେକ୍ଟରରୁ ୫ ଜଣ ଲେଖାଏଁ ହିସାବରେ ବୁଗୁଡା ଅଞ୍ଚଳର ୧୦ଟି ସେକ୍ଟରରୁ ଅଙ୍ଗନଓ୍ବାଡି କର୍ମୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସାପ କାମୁଡ଼ା ପ୍ରତି କିପରି ସତର୍କତା ଅବଲମ୍ବନ କରାଯାଇପାରିବ ଏବଂ ସାପ କାମୁଡ଼ାର ଶିକାର ହେଲେ କଣ କରାଯିବା ଉଚିତ ଓ ଅନୁଚିତ ସେନେଇ ଅଙ୍ଗନଓ୍ବାଡି କର୍ମୀଗଣଙ୍କୁ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଅଞ୍ଚଳ ପରିଦର୍ଶିକାମାନେ ପରିଚାଳନା କରିଥିଲେ। ଅନ୍ଯପକ୍ଷରେ ଗୋଲିଆ ଗ୍ରାମରେ ମଧ୍ୟ ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ନେଇ ଆଇସିଡିଏସ କାର୍ଯ୍ୟାଳୟ ପକ୍ଷରୁ ଏଭଳି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
