March 10, 2026

ପିପୁଲ୍ସ କଲେଜ ପକ୍ଷରୁ ହର ଘର୍ ତ୍ରିରଙ୍ଗା ଶୋଭାଯାତ୍ରା 

IMG-20250813-WA0104
Share

ବୁଗୁଡା : ତା ୧୩/୦୮/୨୫ : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନେତୃତ୍ବରେ ହର ଘର୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଉକ୍ତ ଶୋଭାଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ଏଥିରେ ଏନସିସି, ଓ୍ବାଇଆରସି , ଏନଏସଏସ, ସ୍କାଉଟର ଶତାଧିକ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ବୁଗୁଡା ସହର ପରିକ୍ରମା କରିଥିଲେ। ଦେଶମାତୃକାର ଜୟଗାନ, ଦେଶ ପାଇଁ ବଳିଦାନ ଦେଇଥିବା ଓ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବା ଯବାନଙ୍କୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀ ସ୍ଲୋଗାନ ଦେଇଥିଲେ। ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରିବା ନିମନ୍ତେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମକୁ କଲେଜର କ୍ରୀଡା ଶିକ୍ଷକ ଏମ୍.ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ।