ପାରଳା ବିଧାୟକ ନିଜେ ଅଲଡା ପଞ୍ଚାୟତ ଗସ୍ତ କରି ଧାନ ଜମି ପରିଦର୍ଶନ କଲେ
କାଶୀନଗର ,
ପାରଳା ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ପଞ୍ଚାୟତ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ତଦାରଖ କରିବା ସହ ଗ୍ରାମ ବାସୀଙ୍କ ସହ ଆଲୋଚନା ସମୟରେ ସେମାନେ ବର୍ତମାନ ବର୍ଷା ର ଲୁଚକାଳି ଖେଳ ରେ ଚାଷୀ ମାନଙ୍କ ଅବସ୍ଥା ଦେଖି ମାନ୍ୟବର ବିଧାୟକ ଆଚମ୍ବିତ ହୋଇଥିଲେ.ଯେ ହେତୁ କାଶୀନଗର ଅଞ୍ଚଳ ରେ ମେଗା ପ୍ରୋଜେକ୍ଟ ବର୍ତମାନ ଯାଏଁ କାର୍ଯ୍ୟକ୍ଷମ ହୋଇନି ଯା ଦ୍ୱାରା ଏହି ଦୁର୍ଦଶା ଉପୁଜିଥିବା ବିଧାୟକ ସ୍ୱୟଂ ହୃଦୟଙ୍ଗମ କରି ଏହି ସମସ୍ୟାର ଖୁବ ଶୀଘ୍ର ସମାଧାନ କରିବାକୁ ବିଧାୟକ ନିଜେ ଚେଷ୍ଟା କରିବେ ବୋଲି ଅଲଡା ଗ୍ରାମବାସୀଙ୍କୁ ପଞ୍ଚାୟତ ସରପଞ୍ଚ ଙ୍କ ଉପସ୍ଥିତିରେ କହିଥିଲେ. ବିଧାୟକ ଶ୍ରୀ ପାଣିଗ୍ରାହୀ ଅଲଡା ପଞ୍ଚାୟତର ଚାଷ ଜମି, ସୌର ଶକ୍ତି ଦ୍ୱାରା ପରିଚାଳନା ହେଉଥିବା ଜଳ ସେଚିତ ଉତ୍ସ ସବୁ ପରିଦର୍ଶନ କରି ଏହାର ସୁପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିବା ସୂଚନା ହସ୍ତଗତ ହୋଇଛି. ଏହି ଗସ୍ତ ସମୟରେ ଅଲଡା ସରପଞ୍ଚ,କେ.ସୀତାପୁର ସରପଞ୍ଚ, ଖାରଡ଼ା ସରପଞ୍ଚ ଓ ଖଣ୍ଡଭା ସରପଞ୍ଚ ଉପସ୍ଥିତ ଥିଲେ।
(ଗଜପତି ଜିଲ୍ଲା କାଶୀନଗର ରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ)