ପୁରୀ ଜିଲ୍ଲା ପୂର୍ବତନ ସୈନିକ ସଂଘ ଆନୁକୁଲ୍ୟରେ ଓ ଇ ସି ଏଚ ଏସ,ପୁରୀ ସହଯୋଗରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଦାଦାମଠ ଲେନ୍ ଠାରେ ଥିବା କ୍ଲିନିକରେ ସକାଳ ୯.୦୦ ଘଟିକା ଠାରୁ ଦିବା ୩.୦୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି.
ପୁରୀ ଜିଲ୍ଲା ପୂର୍ବତନ ସୈନିକ ସଂଘ ଆନୁକୁଲ୍ୟରେ ଓ ଇ ସି ଏଚ ଏସ,ପୁରୀ ସହଯୋଗରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଦାଦାମଠ ଲେନ୍ ଠାରେ ଥିବା କ୍ଲିନିକରେ ସକାଳ ୯.୦୦ ଘଟିକା ଠାରୁ ଦିବା ୩.୦୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି. ଉକ୍ତ ଶିବିରରେ ହାଇଦରାବାଦ ସ୍ଥିତ କେୟାର ହସ୍ପିଟାଲର ବରିଷ୍ଠ ତଥା ଅଭିଜ୍ଞ ହୃଦରୋଗ ଓ ସ୍ନାୟୁରୋଗ ବିଶେଷଜ୍ଞଙ୍କ ଦ୍ବାରା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପରାମର୍ଶ ଦିଆଯାଇଥିଲା. ପୁରୀ ଜିଲ୍ଲାର ଅନୁନ୍ୟ ୧୫୦ଜଣ ପୂର୍ବତନ ସୈନିକ ଓ ସେମାନଙ୍କର ପରିବାର ସଦସ୍ୟ ଉକ୍ତ ଶିବିରରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ସାଧାରଣ ରୋଗୀ ଦୁଇଶହ ରୁ ଉର୍ଦ୍ଧ ସ୍ୱାସ୍ଥ୍ୟ ପରୀକ୍ଷା କରି ପରାମର୍ଶ ନେଇଥିଲେ l
ପୁରୀ ରୁ ରମେଶ ସାହୁଙ୍କ ରିପୋର୍ଟ