ଜୟପୁର ସହରରେ ବଢ଼ି ଚାଲିଛି ଅନୁପ୍ରବେକାରୀଙ୍କ ପ୍ରାଦୃଭାବ
କୋରାପୁଟ ଜ଼ିଲ୍ଲା ଜୟପୁର,ଭାରତ ଏକ ଶାନ୍ତି,ମୈତ୍ରୀ ଓ ପ୍ରଗତିର ଦେଶ ଯାହା ବିଶ୍ବ ବାସୀଙ୍କ ପ୍ରତି ସଦା ସର୍ବଦା କଲ୍ୟାଣ ର ଚିନ୍ତା କରି ଆସିଅଛି। ଅଖଣ୍ଡ ଭାରତରେ ପ୍ରଥମେ ଏବେକାର ନେପାଳ ୧୭୬୮ରେ ବିଭାଜନ, ଆଫଗାନିସ୍ଥାନ ୧୮୭୬,ଭୁଟାନ ୧୯୦୬, ଶ୍ରୀଲଙ୍କା (ସିଂହଳ ଦ୍ଵୀପ) ୧୯୩୫, ମିଆମାର(ବର୍ମା) ୧୯୩୭, ପାକିସ୍ଥାନ ୧୪ ଅଗଷ୍ଟ ୧୯୪୭ ରେ ଭାରତରୁ ବିଭାଜନ ହେବା ପରେ ପାକିସ୍ଥାନ ରୁ ବାଙ୍ଗଲାଦେଶ ୧୯୭୧ ମସିହାରେ ବିଭାଜନ ହୋଇଥିଲା। ଏହି ସମସ୍ତ ଦେଶ ଅଖଣ୍ଡ ଭାରତରେ ସାମିଲ ଥିଲା।ଯାହା ସାଂସ୍କୃତିକ ଭାରତର ହଜାର ହଜାର ବର୍ଷର ଇତିହାସ ରହିଛି।ଅଖଣ୍ଡ ଭାରତର ବିଭାଜନ ହେବା ପର ଠାରୁ ପଡୋଶୀ ଦେଶ ମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ତିକ୍ତତା ଦେଖାଯାଇଛି। ଏପରି ସ୍ଥିତିରେ ଭାରତ ସରକାରଙ୍କ ନିକଟରେ ପଡୋଶୀ ଦେଶର ଶରଣାର୍ଥୀ ମାନେ ବହୁତ ଥର ଗୁହାରି ଜଣାଇଛନ୍ତି। କିଛି ଶରଣାର୍ଥୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଥଇଥାନ ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସମୟରେ ଯଦି ଜନ ଗଣନା କରାଯାଏ ତାହେଲେ ଚିନ୍ କୁ ପଛରେ ପକାଇ ବିଶ୍ଵ ର ସର୍ବବୃହତ ଜନବହୁଳ ରାଷ୍ଟ୍ର ଭାବେ ଭାରତ ୧ ନମ୍ବର ସ୍ଥାନ ଅଧିକାର କରିବ। ସରକାରଙ୍କ ତଥ୍ୟ ଅନୁସାରେ ଜନସଂଖ୍ୟା ଏକ ଶହ ଚାଳିଶ କୋଟି ଲୋକ ଭାରତ ରେ ଜୀବନଯାପନ କରୁଛନ୍ତି ବୋଲି ଅନୁମାନ କରାଯାଇଛି, କିନ୍ତୁ ଏହା ଭାରତର ଜନଗଣନା ନହେବା ପର୍ଯ୍ୟନ୍ତ ସଠିକ୍ ତଥ୍ଯ ନୁହେଁ। ଚଳିତ ବର୍ଷ ୨୦୨୪ ବଙ୍ଗଳାଦେଶ ପାଇଁ ବହୁତ ବଡ଼ ସଂକଟ ନେଇ ଆସିଛି ଦେଶରେ ଭୟଙ୍କର ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ହିନ୍ଦୁ ମାନଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ଭାରତରେ ମଧ୍ୟ କିଛି ରାଜନେତା ନିଜ ମନ୍ତବ୍ୟରେ ଆଗମୀ ଦିନରେ ଭାରତ ବର୍ଷରେ ମଧ୍ୟ ଠିକ୍ ଏହି ଭଳି ପରିସ୍ଥିତି ଉପୁଜିବ ବୋଲି ସଂକେତ ଦେଇ ସାରିଛନ୍ତି। ଏହାକୁ ଆଧାର କରି ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ଭାରତ ବର୍ଷ ରେ ବିଭିନ୍ନ ହିନ୍ଦୁ ସଂଗଠନଗୁଡ଼ିକ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି। ଏହାର ପ୍ରଭାବ କୋରାପୁଟ ଜିଲ୍ଲା ଜୟପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି। ସହରର ଅନେକ ସ୍ଥାନରେ ଅନୁପ୍ରବେଶକାରୀ ମାନେ ବସା ବାନ୍ଧି ରହିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଜୟପୁର ଆଇନ କଲେଜ ନିକଟରେ ଥିବା ବାବା କୁପୁଲି ପାହାଡ଼ର ଚତୁଃପାର୍ଶ୍ଵର ସରକାରୀ ଜମିରେ କିଛି ଅନୁପ୍ରବେଶକାରୀ ବସବାସ କରୁଛନ୍ତି ବୋଲି ସାଧାରଣରେ ଟୁପୁରୁ,ଟାପୁର ହେଉଥିବା ଖବର ଶୁଣିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ କିଏ ଏବଂ ସେମାନଙ୍କ ପରିଚୟ କ’ଣ ସେମାନଙ୍କୁ କିଏ ଥଇଥାନ ବ୍ୟବସ୍ଥା ଯୋଗାଉଛନ୍ତି ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହୈଚୈ ଖେଳି ଯାଇଛି। ସରକାରଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରି ଜବରଦଖଲକାରି ଙ୍କୁ ଉଚ୍ଛେଦ କରିବା ପାଇଁ ସର୍ବ ସାଧାରଣ ଦାବି ହେଉଛି।କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା