May 15, 2025

ଆଳୁ ବନ୍ଦ ପ୍ରତିବାଦରେ ବେଙ୍ଗଲ ନମ୍ବର ଗାଡିକୁ ଫେରାଇଲା ଖଇରା ସାମ୍ବାଦିକ ସଂଘ,,

Share

ଖଇରା, ପଶ୍ଚିମ ବଙ୍ଗ ସରକାର ଓଡିଶାକୁ ଆଳୁ ଯୋଗାଣ ବନ୍ଦ କରିବା ଯୋଗୁଁ ଓଡିଶାରେ ଆଳୁ ଦର ଅହେତୁକ ପରିମାଣରେ ବୃଦ୍ଧି ପାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରତିବାଦ ସ୍ବର ଉଠିଛି ।

ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ସାମ୍ବାଦିକ ସଂଘ ମଧ୍ୟ ସ୍ବର ଉଠାଇଛି । ଆଜି ତା ୧୨/୮/୨୪ ରିଖ ସୋମବାର ଅପରାହ୍ନ ଠାରୁ ଖଇରା ସାମ୍ବାଦିକ ସଂଘ ନେତୃତ୍ୱରେ ଖଇରା ଅଞ୍ଚଳର ଜନସାଧାରଣ କୁପାରି ଶାରିଶୁଆ ପାହାଡ଼ରୁ ବେଙ୍ଗଲକୁ ଚାଲାଣ ହେଉଥିବା ପଥର, ଚିପିସ୍ ଇତ୍ୟାଦି ନେବାକୁ ଆସୁଥିବା ଏବଂ ଯାଉଥିବା ବେଙ୍ଗଲ ନମ୍ବର ଗାଡିକୁ ଫେରାଇ ଦେଇଥିଲେ।
ଯେ ପର୍ଯ୍ୟନ୍ତ ମମତା ସରକାର ଓଡିଶାକୁ ଆଳୁ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ବେଙ୍ଗଲ ଗାଡି କୁପାରି ଶାରିଶୁଆ ପାହାଡ଼ ଅଞ୍ଚଳରୁ କୌଣସି ଖଣିଜ ପଦାର୍ଥ ନେଇ ପାରିବେ ନାହିଁ। ଅଞ୍ଚଳବାସୀଙ୍କ ସ୍ବର ଆଳୁ ନାହିଁ ତ ଖଣିଜ ପଦାର୍ଥ ନାହିଁ । ଯଦି ଜୋର ଜବରଦସ୍ତ ବେଙ୍ଗଲ ଗାଡ଼ି ଖଣି ଅଞ୍ଚଳକୁ ଆସନ୍ତି,ତେବେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେମାନେ ହିଁ ଦାୟୀ ରହିବେ ।
ଯେ ପର୍ଯ୍ୟନ୍ତ ଆଳୁ ନ ଆସିଛି ସେ ପର୍ଯ୍ୟନ୍ତ କୌଣସି ବେଙ୍ଗଲ ଗାଡିକୁ ଲଘୁଖଣିଜ ପଦାର୍ଥ ନ ଦେବା ପାଇଁ କୁପାରି ଓ ଶାରିଶୁଆ ଅଞ୍ଚଳର କ୍ରସର ଓ ଖଣି ମାଲିକ ମାନଙ୍କୁ ସାମ୍ବାଦିକ ସଂଘ ତରଫରୁ ନିବେଦନ କରାଯାଇଛି ।
ଉକ୍ତ ପ୍ରତିବାଦରେ ଖଇରା ସାମ୍ବାଦିକ ସଂଘର ସଭାପତି ଉତ୍କଳବନ୍ଧୁ ପଣ୍ଡା, ସାଧାରଣ ସମ୍ପାଦକ ବଳରାମ ଲେଙ୍କା, ଉପଦେଷ୍ଟା ଅନାମ ଚରଣ ପଣ୍ଡା, କୋଷାଧ୍ୟକ୍ଷ ଧନଞ୍ଜୟ ପଣ୍ଡା, ସଭ୍ୟ ନରେନ୍ଦ୍ର ପ୍ରସାଦ ପଣ୍ଡା, ଛାୟାକାନ୍ତ ମହାନ୍ତି, ପଦ୍ମଲୋଚନ ଦାସ, ଦେବବ୍ରତ ଦାସ, କରୁଣାକର ବିଶ୍ବାଳ, ଆଲୋକମୟ ପଣ୍ଡା, ଦୁର୍ଗାମାଧବ ଓଝାଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ସାମିଲ ଥିଲେ ।।( ଦେବାଶିଷ ଦାଶ୍ )

You may have missed