ମରୈଗାଁ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା
ହାଟଡିହି ତା ୧୩/୦୭(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ସରପଞ୍ଚଙ୍କ ବିରୋଧରେ ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି ତଥା ମନମୁଖୀ ଶାସନକୁ ବିରୋଧ କରି ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୧୩ ଜଣ ୱାର୍ଡ଼ ସଭ୍ୟ ଉପ -ଜିଲ୍ଲାପାଳଙ୍କ ପାଖରେ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। ପଞ୍ଚାୟତର ୱାର୍ଡ ସଭ୍ଯ ସଭ୍ୟା ମାନଙ୍କୁ ଖରାପ ବ୍ଯବହାର, ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତକୁ ମିଳୁଥିବା ଅନୁଦାନର ହିସାବ ନ ଦେବା, ସରପଞ୍ଚଙ୍କ ସ୍ଵାମୀ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଗାଳି ଗୁଲଜ କରିବା ଆଦି ଅନେକ ପ୍ରକାରର ଅଭିଯୋଗ କରିଛନ୍ତି। ପଞ୍ଚାୟତରେ PDS ଚାଉଳ ବଣ୍ଟନ, ଭତ୍ତା, ହରିଶ୍ଚନ୍ଦ୍ର, ପୋଖରୀ ନିଲାମ ଭଳି ପଞ୍ଚାୟତର ଅନେକ ଅନୈତିକ କାର୍ଯ୍ୟ କରାଯାଉଥିବା ୱାର୍ଡ଼ ସଭ୍ୟ, ସଭ୍ୟାମାନେ ଉପ – ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଏହାର ନକଲ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏହି ଘଟଣା ପରେ ପଞ୍ଚାୟତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।
