October 5, 2024

ଅବ୍ୟବସ୍ତା ଗଞ୍ଜାମ ସହରାଞ୍ଚଳରେ ପରିମଳ, ସଫେଇ କର୍ମଚାରୀଙ୍କ ଦରମା ମିଳିନଥିବାରୁ  କାର୍ଯ୍ୟବନ୍ଦ ଆନ୍ଦୋଳନ 

Share

 

—————————————-

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସଫେଇ କର୍ମଚାରୀ ମାନେ ଦରମା ପାଇ ନଥିବା ଯୋଗୁଁ ଗତ 11 ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି l ଫଳରେ ବିଭିନ୍ନ ୱାର୍ଡ ରେ ସଫେଇ ଵେବସ୍ତା ଠପ ହୋଇପଡିଛି l ପ୍ରତେକ ୱାର୍ଡ ମାନଙ୍କରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିରହିଛି l ଯାହାକୁନେଇ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି l

ସମ୍ପ୍ରତି ବିବାହ,ବ୍ରତ,ଘର ପ୍ରତିଷ୍ଠା ଆଦି ମାଙ୍ଗଳିକ କାର୍ଯ୍ୟକ୍ରମ ରହିଥିବାରୁ ବିଭିନ୍ନ ୱାର୍ଡରେ ଭୋଜି ଖଲି ପତ୍ର ପଡିରହିଥିବା ଲକ୍ଷ କରାଯାଇଛି l ଫଳରେ ସେହି ସ୍ଥାନ ମାନଙ୍କରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି l ଫଳରେ ଅଂଚଳବାସୀ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି l ସହରରେ ଏପରି ସମସ୍ୟା ସତେ ଯେପରି ବୁଝିବାକୁ କେହି ନାହାନ୍ତି l

ସୂଚନା ଯୋଗ୍ୟ କିଛି ମାସ ତଳେ ଭୁବନେଶ୍ୱର ର ଏକ ଠିକା ସଂସ୍ଥା ପରିମଳ ଟେଣ୍ଡର ନେଇଥିବା ବେଳେ ସ୍ଥାନୀୟ ଅଂଚଳର 48 ଜଣ ମହିଳା ଓ ପୁରୁଷ କର୍ମଚାରୀ ସଫେଇ ଦାୟିତ୍ୱରେ ରହିଛନ୍ତି l ଠିକା ସଂସ୍ଥା ସହ ପ୍ରତି ମାସ 1 ତାରିଖରୁ 5ତାରିଖ ମଧ୍ୟରେ ସଫେଇ କର୍ମଚାରିଙ୍କୁ ଦରମା ପ୍ରଦାନ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ 10 ତାରିଖ ପର୍ଯ୍ୟନ୍ତ ସଫେଇ କର୍ମଚାରୀ ସେମାନଙ୍କ ପ୍ରାପ୍ୟ ପାଇନଥିବା ଅଭିଯୋଗ କରିଛନ୍ତି l ଯାହାକୁନେଇ ସେମାନେ କାର୍ଯ୍ୟବନ୍ଦ କରିଥିବା ପ୍ରକାଶ କରିଛନ୍ତି l ଉକ୍ତ ସମସ୍ୟା ସହରରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି l ଏନଏସି କର୍ତ୍ୟୁପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଏହାର ସମାଧାନ କରିବାପାଇଁ ଅଂଚଳବାସୀ ଙ୍କ ପକ୍ଷରୁ ଦାବୀ ହେଉଛି l

ଏନେଇ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ନା ଡାଙ୍ଗୁଆଁ ଙ୍କ ସହ ଯୋଗାଯୋଗ କରିବାରେ କାର୍ମଚାରୀ ମାନେ ଦରମା ପାଇନଥିବା ସ୍ୱୀକାର

କରିଛନ୍ତି l ଏ ସମ୍ପର୍କରେ ସେ ଜିଲ୍ଲା ପ୍ରଶାସନ କୁ ଗବଗତ କରାଇଛନ୍ତି ବୋଲି ପ୍ରକାଶ କରିଥିଲେ l

ଏନ୍ୟ ଏକ ବିଶ୍ୱସ୍ଥ ସୂତ୍ରରୁ ପ୍ରକାଶ ଯେ ଠିକା ସଂସ୍ଥା ତିନିମାସ ହେଲା ଉକ୍ତ ପରିମଳ କାର୍ଯ୍ୟ ନେଇଥିବା ବେଳେ ତିନିମାସ ର ବିଲ ପାଇ ନଥିବା ଯୋଗୁଁ ସହରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସହରରେ ଆଲୋଚନା ହେଉଛି l