October 5, 2024

ବିଦ୍ୟାଳୟ କ୍ୟାବିନେଟ୍ ମଡେଲ ପ୍ରସ୍ତୁତି 

Share

କାଶୀନଗର

ତା 17/7/24

ଆଜି ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗର ସାପ୍ତାହିକ ଶନିବାର କାର୍ଯ୍ୟ ଦିବସ ତହତ ବିଦ୍ୟାଳୟ କ୍ୟାବିନେଟ୍ ମଡେଲ ପ୍ରସ୍ତୁତିର ପ୍ରଚାର ଏବଂ ବିଦ୍ୟାଳୟ ପ୍ରାଚୀର ପତ୍ରିକା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 

ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଦେଶ କ୍ରମେ ପିଲାଙ୍କ ଭିତରେ ପ୍ରତିନିଧିତ୍ଵ ଏବଂ ନେତୃତ୍ୱ ଗୁଣ ବିକାଶ ନିମନ୍ତେ ବିଦ୍ୟାଳୟ କ୍ୟାବିନେଟର ବ୍ୟବସ୍ଥା ପ୍ରତ୍ୟେକ ବିଦ୍ୟାଳୟରେ ଚାଲୁଅଛି । ସେହିଭଳି ଆଜି ଶ୍ରେଣୀ ମନିଟର ଓ ବିଦ୍ୟାଳୟ କ୍ୟାପଟେନ ପରିଚୟ ଓ ମୁଁ କାହିଁକି ସ୍କୁଲ କ୍ୟାବିନେଟରେ ରହିବି ତାର ବକ୍ତବ୍ୟ ଆୟୋଜନ ହୋଇଥିଲା ।

 

ପ୍ରଧାନ ଶିକ୍ଷକ ଭାଗୀରଥି ବେହେରାଙ୍କ ଅନୁସାରେ ଇତିହାସ ପାଠରେ ପଢା ଯାଉଥିବା ଭାରତୀୟ ସଂସଦ ଓ ନିର୍ବାଚନ ପ୍ରକ୍ରିୟାର ଏକ ବିଦ୍ୟାଳୟ ସ୍ତରୀୟ ମଡେଲ ପ୍ରସ୍ତୁତ କରାଯାଉଛି ଯାହା ଦ୍ଵାରା ଉତ୍ତମ ନାଗରିକ ହେବାକୁ ସହଜ ହେବ ।

 

ତତ୍ ସହ ବିଦ୍ୟାଳୟ ସ୍ତରୀୟ ସାପ୍ତାହିକ ପଠନ, ଆବୃତ୍ତି ଓ ଲିଖନ କାର୍ଯ୍ୟକ୍ରମ ଶୁଭାରମ୍ଭ ବିଦ୍ୟାଳୟ ପ୍ରାଚୀର ପତ୍ରିକା ‘ବଂଶଧାରା’ ପ୍ରଦର୍ଶନ କରାଯାଇ ପ୍ରସ୍ତୁତ କରିଥିବା ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଏବଂ ଶିକ୍ଷକଙ୍କୁ ପ୍ରଶଂସା ପତ୍ର ବିଦ୍ୟାଳୟର ପୁରାତନ ଛାତ୍ର ଓ ବର୍ତ୍ତମାନ କୀଡିଗାଆଁ ଉନୀତ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଏସ ରାମା ରାଓଙ୍କ ଆତିଥ୍ୟ ପ୍ରଦାନ କରାଯାଇଥିଲା ।

 

ଏହି ଉତ୍ସବକୁ ଶ୍ରୀ ଅଶୋକ କୁମାର ଗୌଡ଼, ଏ ମଧୁସୂଦନ ରାଓ, ଏଲ୍ ନାଗମଣି, ଆର ଦିଲୀପ କୁମାର , ଶର୍ମିଲା ରାଣୀ ଲେଙ୍କା ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର