ଆଜିର ଖବର…
୧-ରଥ ଉପରକୁ ମୋବାଇଲ ଓ କ୍ୟାମେରା ନେବା ମନା । ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ।
୨-ଲୋକଙ୍କ ସରକାର ପ୍ରସ୍ତୁତ କରିବ ‘ଲୋକଙ୍କ ବଜେଟ୍’, ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ- ମୁଖ୍ୟମନ୍ତ୍ରୀ
୩-ଆସୁଛି ଧର୍ମ ମାସ ଶ୍ରାବଣ,ପରିବା ଦର ଖସିବ ତ ? ମନ୍ତ୍ରୀଙ୍କ ଘନ ଘନ ଗସ୍ତ ପରେ ଛାନିଆ ବେପାରୀ।
୪-ବଲାଙ୍ଗୀର:୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମୁଖ୍ୟ ଯୋଗାଣ ଅଧିକାରୀ, ଗିରଫ କଲା ଭିଜିଲାନ୍ସ।
୫-ଖୁବ୍ ଶୀଘ୍ର ଯାଜପୁର, ତାଳଚେର ଓ କଳାହାଣ୍ଡି ମେଡିକାଲ୍ କଲେଜ ହେବ କାର୍ଯ୍ୟକ୍ଷମ।
୬-ଖୋଲିବ ରତ୍ନଭଣ୍ଡାର। ଜଗନ୍ନାଥଙ୍କ ବାଡଗ୍ରାହୀ କହିଲେ ଭଲ ବଣିଆଙ୍କୁ ଅଣାଯାଇ ଚିହ୍ନଟ କରାଯାଉ ମହାପ୍ରଭୁଙ୍କ ରତ୍ନ, ମନ୍ଦିର ଭିତରେ କରାଯାଉ ଷ୍ଟ୍ରଙ୍ଗରୁମ୍ ।
୭-ରାଜ୍ୟରେ ୨୫ ଲକ୍ଷ ଜାଲ ରାସନ୍ କାର୍ଡ ହିତାଧିକାରୀ,ମାସ ଶେଷ ସୁଦ୍ଧା ଚିହ୍ନଟ ସରିବ: ମନ୍ତ୍ରୀ
୮-ବାଣପୁର:ପାରିବାରିକ କଳହକୁ ନେଇ ବୋମାମାଡ: ସାନପୁଅ ମୃତ, ବାପା ଅଟକ।
୯-କ୍ରୀଡ଼ା ରାଜନୀତିରେ ବି ବଡ଼ ପଟ୍ଟ ପରିବର୍ତ୍ତନ, FAO ସଭାପତି ହେଲେ ସମୀର ଦେ’।
୧୦-ରାଜ୍ୟପାଳ ପୁଅଙ୍କ ଦାଦାଗିରି, ପୁରୀ ରାଜଭବନରେ ଏଏସଓଙ୍କୁ ପିଟିଲେ।
୧୧-ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣପଦକ।
୧୨-ଡେଙ୍ଗୁ, ମ୍ୟାଲେରିଆ ସଚେତନତା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ।
୧୩-ଦିନକୁ ଦିନ ଘନଉଛି ଅଭିନେତ୍ରୀ ରିୟାଙ୍କ ଅଡୁଆ: ସହାୟିକାଙ୍କୁ ନିର୍ଯ୍ୟାତନା ମାମଲାରେ ପଚରାଉଚରା ଆରମ୍ଭ।
୧୪-ରାଜଧାନୀରେ ବାର୍ ମାଲିକଙ୍କୁ ଚେତାବନୀ, ବିଳମ୍ବିତ ରାତି ଯାଏଁ ଖୋଲା ରହିଲେ ହେବ ଲାଇସେନ୍ସ ରଦ୍ଦ।
୧୫-ଝାରସୁଗୁଡ଼ା ନିର୍ବାଚନୀ ଫଳାଫଳକୁ ଅସିଦ୍ଧ ଘୋଷଣା କରାଯାଉ, ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଦୀପାଳି।
୧୬-ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ମା-ପୁଅ ମୃତ।
୧୭-ଜୁନ୍ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୦୮ %, ବଢିଛି ଖାଦ୍ୟ ସାମଗ୍ରୀର ମୂଲ୍ୟ।
୧୮-ନୂଆଦିଲ୍ଲୀ: ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
୧୯-ମନୁସ୍ମୃତିକୁ ଆଇନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରତ୍ୟାଖ୍ୟାନ
୨୦-ଆସ୍ଥା ଭୋଟରେ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ଦହଲ।
୨୧-ଚାଇନା ଷ୍ଟାର୍ଟଅପ ‘ଆଇସ୍ପେସ୍’ର ରକେଟ ପୁଣି ଥରେ ବିଫଳ, ୩ ପାଣିପାଗ ଉପଗ୍ରହ ନଷ୍ଟ।
*🙏 ସୁପ୍ରଭାତ 🙏*