October 5, 2024

କୁଜଙ୍ଗ ବ୍ଲକ ପଡିଆ ଠାରେ ଧନ୍ୟବାଦ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।)

Share

unit
କୁଜଙ୍ଗ ବ୍ଲକ ପଡିଆ ଠାରେ ଧନ୍ୟବାଦ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
.ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଡ଼ିଆ ଠାରେ ଧନ୍ୟବାଦ ଓ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଶିଳ୍ପ ବୈଷୟିକ ଦକ୍ଷତା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ,ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ,ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ସତ୍ୟ ସାରଥୀ ମହାନ୍ତି,ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ହଜାର ହଜାର ସଂଖ୍ୟାର ମହିଳା ଓ ପୁରୁଷ ମାନେ ସାମିଲ ହୋଇଥିଲେ।ତେବେ ପାରାଦ୍ଵୀପ ମାଟିର ପୁଅ ତଥା ଶିଳ୍ପ ବୈଷୟିକ ଦକ୍ଷତା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ସାଂସଦ ବିଭୁ ପ୍ରସାଦ ତରାଇଙ୍କୁ ପୁଷ୍ପ ଗୁଛ,ଉତ୍ତରୀୟ ଦେଇ କର୍ମୀମାନେ ବିପୁଳ ସଂଖ୍ୟାରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ମାତ୍ର ବିଗତ ଆଗାମୀ ଦିନରେ କିପରି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ବାସୀ ମୌଳିକ ସୁବିଧା ପାଇ ପାରିବେ ସେ ଦିଗରେ ଅଧିକ୍ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)