March 12, 2026

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ।

IMG-20230713-WA0012
Share

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ।

ବୋଲଗଡ଼,୧୩/୦୭(ଉପାନ୍ତ ଓଡିଶା):ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଅସରଳା ପଞ୍ଚାୟତ ଜଗନ୍ନାଥ ମନ୍ଦିର ପରିସରରେ ଆମ ଆଦମୀ ପାର୍ଟୀ ର ବରିଷ୍ଠ କର୍ମକର୍ତା ଅକ୍ଷୟ ବଳିୟାରସିଂହଙ୍କ ନେତୃତ୍ବରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବୋଲଗଡ଼ ବ୍ଲକ୍ ଆପ୍ ସଭାପତି କିଶୋର ଚନ୍ଦ୍ର ସାହୁ ଯୋଗ ଦେଈ ଶିବିର କୁ ଉଦଘାଟନ କରି ଥିଲେ। ଏହି ଶିବିରରେ ୭୨ଜଣ ଚିକିତ୍ସିତ ହୋଇ ଥିବା ବେଳେ ୧୨ଜଣ ଅସ୍ତ୍ରୋପଚାର ପାଇଁ କଟକ ଉର୍ବାନ୍ ହସ୍ପିଟାଲ କୁ ଯିବା ପାଇଁ ସ୍ଥିର ହୋଇ ଥିଲେ। ଆପ୍ କର୍ମୀ ରଘୁନାଥ ବେହେରା,ଗାୟକ ସୌରଭ ବିଜୟ ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରି ଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।