ଆଣ୍ଡ୍ସଲାଇଟ ର ନୂତନ ପ୍ରଡକ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ l

ପୁରୀ ମେରାଇନ ଡ୍ରାଇଭ ରୋଡ଼ ତୋଶାଳୀ ସ୍ୟାଣ୍ଡ୍ସ ସମ୍ମିଳନୀ କକ୍ଷରେ ଉତ୍ତରାଖଣ୍ଡ ର ଆଣ୍ଡ୍ସଲାଇଟ ପ୍ରାଇଭେଟ ଲିମିଟେଡ଼ର ଅଧକ୍ଷ ପ୍ରେମ କୁମାର ବୋକାରୋଙ୍କ ନିର୍ଦେଶକ୍ରମେ କଟକ ସୁନୀଲ ପାତଡ଼ିଆଙ୍କ ଅଧକ୍ଷତା ରେ ଶୁଭମ ପ୍ରତିହାରୀ, ରବି ନାୟକ, ହଳେଶ୍ୱର ପାତ୍ର, କାହ୍ନୁ ଚୌଧୁରୀ, ସୁଶାନ୍ତ କୁମାର ବେହେରା, ସତ୍ୟଜିତ ବେହେରା, ତପନ ନାୟକ, ଉମେଶ ଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ସାହୁ, ସୁମନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ନୂତନ ପ୍ରଡକ୍ଟ ଏଲଇଡି ଟର୍ଚ୍ଚ ଲାଇଟ, ସର୍ଚ୍ଚ ଲାଇଟ, ଅତ୍ୟାଧୁନିକ ହେଡ଼ ଲାଇଟ, ଏଲଇଡି ବଲବ ଓ BCDC ଫ୍ୟାନ ପ୍ରମୁଖ ଉନ୍ମୋଚନ କରାଯାଇଥିଲା l ଯାହାକି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମତ୍ସ୍ୟଜୀବି ପର୍ଯ୍ୟନ୍ତ ସମସ୍ତଙ୍କୁ ସହାୟ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ