July 1, 2024

ଅବକାରୀ ବିଭାଗ ର ବିଭିନ୍ନ ସ୍ଥାନରେ ଚଡାଉ

Share

ମୋହନା– ଗଜପତି ଜିଲ୍ଲା ଅଡବା ଓ ମୋହନା ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ମଦ ଜବତ କରିଛି ଅବକାରୀ ବିଭାଗ l ଏହି ଚଢାଉ ରେ ୭୪ ଲିଟର ଦେଶି ମଦ, ଗୋଟିଏ ବାଇକ୍ ଜବତ କରାଯିବା ସହ ୨ ଜଣକୁ ଗିରଫ କରାଯାଇଛି l ସେମାନେ ହେଲେ ବିରିକୋଟ ଗାଁର ଗୁଣ୍ଡିଚ ନାୟକ ଅ ଟିଆମା ଗାଁର ଅଶୋକ ଦଳାଇ lଅବକାରୀ ଅଧିକାରୀ ପ୍ରଦୀପ କୁମାର ସାହୁ ଙ୍କ ନିର୍ଦେଶ କ୍ରମେ ମୋହନା ଅବକାରୀ ଏସଆଇ ପ୍ରଶ୍ନ ପଟେଲ ଓ ଟିମ ଗୁରୁବାର ଦିନ ଅଡବା ଥାନା ବିରିକୋଟ ଓ ମୋହନା ଥାନା ଚାନ୍ଦିପୁଟ ଅଂଚଳ ରେ ଚଡାଉ କରି ୭୪ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି l ଏହି ଚଢାଉ ରେ ଗୋଟିଏ ବାଇକ ଜବତ କରିବା ସହ ଦୁଇଟି ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯଇଛି ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକାରୀ l

You may have missed