July 1, 2024

ଗଜପତି:- ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଓ ଟେବୁଲ୍ ଟପ୍ ଅଭ୍ୟାସର ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ..

Share

ଗଜପତି ଜିଲ୍ଲାରେ ଚଳିତ ଜୁନ ମାସ ୧୮ ଓ ୧୯ ତାରିଖ ଦିନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକଡ୍ରିଲ ଅନୁଷ୍ଠିତ ହେବ । ଏହାର ପରିଚାଳନା କରିବା ନେଇ ଏକ ପ୍ରସ୍ତୁତି ବୈଠକ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଜପତି ଜିଲ୍ଲା ସବୁ ସମୟରେ ବିପର୍ଯ୍ୟୟର ମୁକାବିଲା କରି ଜନଜୀବନ ସୁରକ୍ଷା ଦେଇ ଆସୁଛି । ବିପର୍ଯ୍ୟୟ କେତେବେଳେ ଆସିବ କେହି କହିପାରିବେ ନାହିଁ , କିନ୍ତୁ ପୁର୍ବ ସୂଚନା ପାଇବା ପରେ ଯଦି ସେଗୁଡିକର ପରିଚାଳନା ସଠିକ୍ କରିବା ହେବ ତେବେ ବିପର୍ଯ୍ୟୟର ମୁକାବିଲା ନିଶ୍ଚିତ ଭାବେ କରିପାରିବା । ଏହି ବିପର୍ଯ୍ୟୟର ମୁକାବିଲା ଦିଗରେ ଆମ୍ଭ ମାନଙ୍କୁ ପୂର୍ବ ପ୍ରସ୍ତୁତି କରିବାର ଅଛି । ଯଦି, ସଠିକ୍ ପ୍ରସ୍ତୁତି ଥିବା ସହ ମୁକାବିଲା ଦିଗରେ ଆମେ ପୁର୍ବରୁ ପ୍ରଶିକ୍ଷଣ ନେଇଥିବା ତେବେ ବିପର୍ଯ୍ୟୟର ମୁକାବିଲା ସହଜସାଧ୍ୟ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି ।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ଶତପଥୀ ଜିଲ୍ଲାରେ ହେବାକୁ ଥିବା କାର୍ଯ୍ୟ ଖସଡା ସମ୍ପର୍କରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ । ଆଗକୁ ବର୍ଷା ଦିନ ଆସିବାର ଅଛି , ତେଣୁ ସମ୍ଭାବ୍ୟ ବିପର୍ଯ୍ୟୟ ଗୁଡିକର ମୁକାବିଲା କରିବା ଦିଗରେ ଆମ ମାନଙ୍କ ପାଖରେ ରହିଥିବା ସମ୍ବଳ ଗୁଡିକ କିପରି ଉପ ଯୋଗୀ କରିବା ସେ ସମ୍ପର୍କରେ ପ୍ରସ୍ତୁତି ଅଭ୍ୟାସ ବା ମକଡ୍ରିଲ କରିବା ଜରୁରୀ । ପ୍ରସ୍ତୁତି ଅଭ୍ୟାସର ସଠିକ୍ ପରିଚାଳନା କରିବା ନିମନ୍ତେ ଚଳିତ ମାସ ୧୮ ଓ ୧୯ ତାରିଖ ଦିନ ପ୍ରତି ବର୍ଷ ପରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅଭ୍ଯାସ କରାଯିବ । ଆମ ପାଖରେ ରହିଥିବା ମାନବ ସମ୍ବଳର ଉପଯୋଗ, ଗଚ୍ଛିତ ଥିବା ଯନ୍ତ୍ରାଂଶର ବ୍ୟବହାର, ଜନସାଧାରଣଙ୍କ ବହୁମୁଲ୍ୟ ଜୀବନ ଓ ପଶୁ ସମ୍ପଦର ସୁରକ୍ଷା ନିମନ୍ତେ ରହିଥିବା କୋଠା-ବାଡିର ଉପଯୋଗ ଇତ୍ୟାଦି କିଭଳି କରିବା ସେଗୁଡିକର ପ୍ରଶିକ୍ଷଣ ଏହି ଦୁଇଦିନରେ ଅନୁଷ୍ଠିତ ହେବ । ବନ୍ୟା ,ବାତ୍ୟା, ବିଜୁଳି, ପାଣିରେ ବୁଡିଯିବା , ସାପ କାମୁଡିବା ଇତ୍ୟାଦି ବିପର୍ଯ୍ୟୟର ମୁକାବିଲା ସକାଶେ ପୂର୍ବ ପ୍ରସ୍ତୁତି ଅପରିହାର୍ଯ୍ୟ । ତେବେ ଯାଇ ଆମେ ସୁରକ୍ଷିତ ରହିବା ଏବଂ ଅନ୍ୟ ଜୀବନକୁ ମଧ୍ୟ ସୁରକ୍ଷା ଦେଇପାରିବା ।
ସେହି ସମସ୍ତ ଉପକରଣ ଗୁଡିକର ବ୍ୟବହାର ଉପଯୋଗୀ କରିବା ସହିତ ପୂର୍ବରୁ ସଜାଡି ରଖିବାର ଆବଶ୍ୟକତା ରହିଛି । ସେହିପରି ଆଗକୁ ବର୍ଷା ଆସୁଥିବା ହେତୁ ପାରଳାଖେମୁଣ୍ଡି ପୌର ପରିଷଦ ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ସମସ୍ତ ବ୍ଲକ ଓ ଗ୍ରାମ୍ୟ ପଞ୍ଚାୟତ ଗୁଡିକରେ ରହିଥିବା ନାଳ, ନର୍ଦ୍ଦମା ଗୁଡିକର ସଫେଇ କରିବା ନିମନ୍ତେ ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।
ଆଜିର ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ: କୁମାର , ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀ ଏସ.ଆନନ୍ଦ , ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର , ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ , ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ , ଅଧ୍ୟକ୍ଷା ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————–

You may have missed