September 21, 2024

ପୋସ୍କୋ କୋର୍ଟର ଆଦେଶକୁ ଅବମାନନା, ଫେରାର ଅଭିଯୁକ୍ତଙ୍କ ଚଳନ୍ତି ସମ୍ପତ୍ତି ଜବତ 

Share

ବୁଗୁଡ଼ା : ତା ୧୩/୦୬/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ବୋରିପଦର ଗ୍ରାମର ଜନୈକ ଯୁବକ ପୋସ୍କୋ କୋର୍ଟର ଆଦେଶ ଅବମାନନା କରିବା ହେତୁ ବୁଗୁଡ଼ା ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କର ସମସ୍ତ ଚଳନ୍ତି ସମ୍ପତ୍ତି ଜବତ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୨୦୧୩ ମସିହାରେ ବୋରିପଦର ଗାଁର ଯୁବକ ଶ୍ରୀଧର ଗୌଡ଼ଙ୍କ ନାମରେ ଦୁଷ୍କର୍ମ ଜନିତ ଏକ ଅଭିଯୋଗ ବୁଗୁଡ଼ା ଥାନାରେ କେସ୍ ନଂ ୯୦/୧୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୋସ୍କୋ କୋର୍ଟରେ କୋର୍ଟରେ ଜିଆର୍ କେସ୍ ନଂ ୯୨ /୧୩ ରେ ଏକ ମାମଲା ରହିଥିଲା । ଯୁବକ ଜଣକ ଜାମିନରେ ଆସିଥିଲେ ହେଁ ସେ କୋର୍ଟର ଆଦେଶ ମୁତାବକ ହାଜର ହୋଇନଥିଲେ । ପୋସ୍କୋ କୋର୍ଟ ପକ୍ଷରୁ ସିଆରପିସି ୮୨ ପ୍ରକାରେ ଶ୍ରୀଧରଙ୍କୁ ନୋଟିସ ଜାରି କରାଯାଇଥିଲେ ହେଁ ସେ ତାହାକୁ ଅବମାନନା କରିଥିଲେ । ପୁଣି ୪୫ ଦିନ ପରେ ସିଆରପିସି ୮୩ ପ୍ରକାରେ ଆଉ ଏକ ନୋଟିସ୍ କୋର୍ଟ ପକ୍ଷରୁ ଜାରି କରାଯାଇଥିଲେ ମଧ୍ୟ ଶ୍ରୀଧର କୋର୍ଟରେ ହାଜର ନ ହୋଇନଥିଲେ । ଶେଷରେ କୋର୍ଟର ନିର୍ଦ୍ଦେଶାନୁଯାୟୀ ବୁଗୁଡ଼ା ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରା ଓ ଆଡିସନାଲ୍ ଆଇଆଇସି ଶର୍ମିଷ୍ଠା ପ୍ରଧାନ ବେଲଗୁଣ୍ଠା ତହସିଲ ମାଜିଷ୍ଟ୍ରେଟ ଧରଣୀଧର ବେହେରାଙ୍କ ଉପସ୍ଥିତିରେ ବୋରିପଦର ଗ୍ରାମରେ ଥିବା ଶ୍ରୀଧରଙ୍କ ସମସ୍ତ ଚଳନ୍ତି ସମ୍ପତ୍ତିକୁ ଜବତ କରିଥିଲେ । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଶ୍ରୀଧର ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।