September 21, 2024

ପାଣିକେଶ୍ୱର ଗ୍ରାମରେ ମା କମଳଲୋଚନୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଓ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ

Share

 

ବୁଗୁଡ଼ା : ତା ୧୩/୦୬/୨୩ : ବୁଗୁଡ଼ା ବ୍ଲକ ଭଗବାନପୁର

ପଞ୍ଚାୟତ ଅନ୍ତର୍ଗତ ପାଣିକେଶ୍ୱର ଗ୍ରାମରେ ମା କମଳଲୋଚନୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ସହ ମହୁଲପଲ୍ଲୀ , ନୂଆଁ ଦଦରାଖୋଲ , ଟଭାପଲ୍ଲୀ , ପୁରୁଣା ଦଦରାଖୋଲ , ପାଣିକେଶ୍ବର ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳକୁ ନେଇ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଆଦି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ଅବସରରେ ଦୀକ୍ଷା ଗ୍ରହଣ , ଜଳଯାତ୍ରା,ଅଙ୍କୁରାରୋପଣ ଓ ଅଧିବାସ, ଜୀବନ୍ୟାସ ଆଦି କାର୍ଯ୍ୟକ୍ରମ ପୂର୍ବକ ଠାକୁରାଣୀଙ୍କ ସିଂହାସନ ଆରୋହଣ,ଧ୍ଵଜ ଭ୍ରମଣ, ପୂର୍ଣ୍ଣାହୁତି ଆଦି କାର୍ଯ୍ୟ ସାଙ୍ଗକୁ ଦଧିଭାଣ୍ଡ ଭଞ୍ଜନ, ନଗର ଭ୍ରମଣ ଓ ଯମୁନା ସ୍ନାନ ଆଦି କାର୍ଯ୍ୟକ୍ରମ ପାରମ୍ପରିକ ବିଧିରେ ଅନୁଷ୍ଠିତ ହୋଇଯାଇଛି । ଠାକୁରାଣୀଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ପୁରୋହିତ ରାମକୃଷ୍ଣ ନନ୍ଦ, ଚିତ୍ତ ରଞ୍ଜନ ଦାଶ, ପ୍ରଭାତ କୁମାର ଦାଶ , ରାଧାକାନ୍ତ ଦାଶ , ସାନୁଜ ମିଶ୍ର, ଶିବ ପ୍ରସାଦ ଦାଶ ପ୍ରମୁଖଙ୍କ ଦ୍ବାରା ଯଥା ରୀତିନୀତି ପ୍ରକାରେ ପୂଜାପାଠ ପୂର୍ବକ ସମ୍ପାଦିତ ହୋଇଥିଲା ବେଳେ ନିରଞ୍ଜନ ସ୍ବାଇଁ ହୋମକର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ନାମଯଜ୍ଞ ଓ ଅନ୍ନଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ସଭାପତି ପ୍ରସନ୍ନ କୁମାର ପାତ୍ର , ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ବାଇଁ , କୋଷାଧକ୍ଷ ମନୋଜ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଏବଂ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଉକ୍ତ ଉତ୍ସବ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହୋଇଥିଲା ।