March 12, 2026

ରାମନାଗୁଡା ଖବରକାଗଜ ବିତରକଙ୍କ ପରଲୋକ

IMG-20230613-WA0021
Share

ରାମନାଗୁଡା ଖବରକାଗଜ ବିତରକଙ୍କ ପରଲୋକ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ବିଭିନ୍ନ ଖବରକାଗଜ ବିତରକ ଭାବେ ପାଟାନାନା ଆପାରାଓ ଦୀର୍ଘ ୪୦ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ।ସେ ଦୀର୍ଘ ୬ମାସ ଧରି କୀଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସତ ହେଉଥିଲେ। ଶ୍ରୀ ସ୍ବର୍ଗତ ଆପାରାଓ ମୃତ୍ୟୁ ବେଳକୁ ୬୩ବର୍ଷ ଅତିକ୍ରମ କରି ରବିବାର ରାତି ପ୍ରାୟ ୧୧ଘଣ୍ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ସୂଚନା ଥାଉକି ବିଗତ ଦିନ ମାନଙ୍କରେ ଆଗଧାଡିର ସମ୍ବାଦପତ୍ର ଗୁଡିକ ଆଣି ପ୍ରଥମେ ରାମନାଗୁଡା ସମେତ ଆଖପାଖ ଉପାନ୍ତ ଅଞ୍ଚଳରେ ଜଣେ ଖବରକାଗଜ ବିତରଣ କରି ସୁନାମଧନ୍ୟ ବିତରକ ଭାବେ ଜଣାଶୁଣା ଥିଲେ। ସ୍ବର୍ଗତ ଆପାରାଓ ଜଣେ ମେଳାପୀ , ମିଷ୍ଟଭାଷୀ, ଶାନ୍ତ ସ୍ଵଭାବର ବ୍ୟକ୍ତିତ୍ଵ ଥିଲେ।ସେ ସ୍ଥାନୀୟ ଅଞ୍ଚଳରେ ପେପର ଆପାରାଓ ନାମରେ ପରିଚିତ ଥିଲେ।ଆଜିକାଲି ମହଙ୍ଗାଯୁଗରେ ମଧ୍ୟ ସମ୍ବାଦପତ୍ର ଭଳି ଖବରକାଗଜ ବିତରଣ କରି ୨ଝିଅଙ୍କୁ ବାହାଘର କରିବା ସହ ପୁଅକୁ ପାଠପଢାଇ ସକ୍ଷମ କରିବା ସହ ପରିବାର ପ୍ରତିପୋଷଣ କରି ଆସୁଥିଲେ।ତାଙ୍କ ବିୟୋଗରେ ମୃତ୍ୟୁ ବେଳକୁ ସ୍ତ୍ରୀ,ଝିଅ ,ପୁଅ,ନାତି,ନାତୁଣି,ବନ୍ଦୁପରିଜନ ଉପସ୍ଥିତ ଥିବା ବେଳେ ରାମନାଗୁଡା ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।।

ରିପୋର୍ଟ ରାକେଶ କୁମାର ବେହେରା