September 29, 2024

ଉମରକୋଟ ରେ ପ୍ରଥମ ପର୍ଯ୍ୟାୟ ର ମତଦାନ ସରିଛି…..

Share

ଉମରକୋଟ,୧୩/୫/୨୪:ଚଳିତ 2024ସାଧାରଣ ନିର୍ବାଚନ ର ଆଜି ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ର ମତଦାନ ଶେଷ ହୋଇଯାଇଛି!ଏହି ଚତୁର୍ଥ ପର୍ଯ୍ୟାୟ ର ମତଦାନ ରେ ସମଗ୍ର ଦେଶରେ ମୋଟ ୯୬ଟି ଲୋକସଭା ନିମନ୍ତେ ମତଦାନ ଗ୍ରହଣ କରାଯାଇଥିଲା!ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟ ଓଡିଶା ରେ ପ୍ରଥମ ପର୍ଯ୍ୟାୟ ର 4ଲୋକସଭା ନିମନ୍ତେ ଓ 28ଟି ବିଧାନସଭା ନିମନ୍ତେ ମତଦାନ ଗ୍ରହଣ କରାଯାଇଥିଲା!ଏଥିରେ ନବରଙ୍ଗପୁର ଜିଲ୍ଲା ର ଚାରୋଟି ବିଧାନସଭା ଓ ଗୋଟିଏ ଲୋକସଭା ନିମନ୍ତେ ମତଦାନ ଗ୍ରହଣ କରାଯାଇଥିଲା!ନବରଙ୍ଗପୁର ଜିଲ୍ଲା ର ଉମରକୋଟ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ନବୀନା ନାୟକ, ବିଜେପି ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, କଂଗ୍ରେସ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ, ନିର୍ଦଳୀୟ ପ୍ରାର୍ଥୀ ଦଶରଥୀ ମାଝୀ ଏବଂ ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ, ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ଓ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ଙ୍କ ମଧ୍ୟରେ ଲଢେଇ ଥିବାବେଳେ ବାଜି କିଏ ମରିବ ତାହା ଆସନ୍ତା ମାସ 4 ତାରିଖ ରେ ଭୋଟ ଗଣତି ରେ ଜଣାପଡିବ!ଆଜିର ଏହି ମତଦାନ ଗ୍ରହଣ ସମୟରେ ଉମରକୋଟ ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ବୁଥ ରେ ସୁରୁଖୁରୁରେ ମାତଦାତା ମତଦାନ କରିଥିବା ଦେଖିବାକୁ ମିଳିଥିଲା!ସକାଳ ୭ଘଂଟିକା ସମୟରୁ ମତଦାନ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଘଂଟିକା ପର୍ଯ୍ୟନ୍ତ ଉମରକୋଟ ନିର୍ବାଚନ ମଣ୍ଡଳୀରେ ୬୫.୦୭%ମତଦାନ ହୋଇଥିବା ଜଣାପଡିଛି! (ଏମ୍.ଦୀନା°ଶୁ ଆଚାରୀ)