September 29, 2024

ବିଜେପି ରେ ସାମିଲ ହେଲେ ବିଜେଡ଼ି ନେତା

Share


ସମ୍ବଲପୁର ତା.୧୨/୫ – ଆଜି ସମ୍ବଲପୁର ରେ ଦୁଇଟି ପୃଥକ୍ ପୃଥକ୍ କାର୍ଯ୍ୟକ୍ରମ ରେ ଦେବଗଡ଼ ଜିଲ୍ଳା ଓ ରେଙ୍ଗାଲି ଅଞ୍ଚଳ ର କିଛି ପ୍ରମୁଖ ବିଜେଡି ନେତା ବିଜେପି ରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ନବାଗତା ଙ୍କୁ ଦଳୀୟ ଉତ୍ତାରିୟ ପିନ୍ଧେଇ ତାଙ୍କୁ ସ୍ବାଗତ କରିଥିଲେ । ଆଜି ବିଜେପି ଦଳ ରେ ସାମିଲ ହୋଇଥିବା ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ଗୋଟିଏ କାର୍ଯ୍ୟକ୍ରମ ରେ ଦେବଗଡ଼ ଜିଲ୍ଲା ବିଜେଡ଼ି ଉପସଭାପତି ମଦନ ମୋହନ ପ୍ରଧାନ, କଡାପଡା ଗ୍ରାମ ପଞ୍ଚାୟତ ର ସମିତି ସଦସ୍ୟା ରେଣୁବାଳା ପ୍ରଧାନ, କେଲଦା ପଞ୍ଚାୟତ ର ବିଜୁ ଯୁବ ଜନତା ଦଳ ର ପଙ୍କଜ ସାହୁ ପ୍ରମୁଖ ରହିଥିଲେ ।
ଅନ୍ୟ ଏକ ମିଶ୍ରଣ କାର୍ଯ୍ୟକ୍ରମ ରେ ଭିଖମପୁର ପୂର୍ବତନ ସରପଞ୍ଚ ତଥା ସମ୍ବଲପୁର ଜିଲ୍ଲା ବିଡି ଶ୍ରମିକ ସାଙ୍ଗ ର ସଭାନେତ୍ରୀ ବିଲାସିନି କାଲୋ ଙ୍କ ନେତୃତ୍ଵ ରେ ଚୈତନ୍ୟ ମେହେର, ପଦ୍ମଲୋଚନ ମେହେର, କ୍ଷମାଶିଲ ମେହେର, ଦିଲେଶ୍ୱର୍ ମେହେର, ଝସକେତନ ମେହେର ଙ୍କ ସମେତ ଅନେକ ଲୋକ ବିଜେପି ରେ ସାମିଲ ହୋଇଥିଲେ ।