ବି. ଜେ. ପି ର ନୂଆଁ ଅଭିଯାନ ଗାଁ ଗାଁ ଚାଲ ଘର ଘର ଚାଲ
————————————
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା
ଭାରତୀୟ ଜନତା ପାର୍ଟିର ଓ. ବି. ସି ମୋର୍ଚ୍ଚାର ଗାଁ ଗାଁ ଚାଲ ଘର ଘର ଚାଲ ଅଭିଯାନ ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଆରମ୍ଭ ହୋଇ ମଲାଡ, ଖଣ୍ଡଦେଉଳ, କାଇଂଚପୁର ପଞ୍ଚାୟତରେ କାର୍ଯ୍ୟକ୍ରମ ହୋଇଯାଇଛି । ଓ .ବି. ସି ବର୍ଗଙ୍କ ଶିକ୍ଷା ଓ ନିଯୁକ୍ତିରେ ୨୭% ସଂରକ୍ଷଣ ସାମ୍ବିଧାନିକ ଅଧିକାର ଦାବିରେ ଓ. ବି. ସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଉପସଭାପତି ପ୍ରଶାନ୍ତ କୁମାର ନାୟକ, ରାଜ୍ୟ ଏସ୍. ସି ସମ୍ପାଦକ କିର୍ତ୍ତନ ଦାସ, ଛତ୍ରପୁର ନିର୍ବାଚନ ମଣ୍ଡଳିର ନେତା ପ୍ରଶାନ୍ତ କୁମାର କର ,ଜିଲ୍ଲା ଓ. ବି. ସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ,ଜିଲ୍ଲା ଉପସଭାପତି ରଶ୍ମିରାଣୀ ମହାପାତ୍ର ଓ ଲକ୍ଷ୍ମୀନାରାୟଣ ପଣ୍ଡା, ଜିଲ୍ଲା ସମ୍ପାଦକ ଭୀମସେନ ବେହେରା,ଓ. ବି. ସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସନ୍ତୋଷ ମହାପାତ୍ର, ହମ୍ମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ଛତ୍ରପୁର ଏନ୍. ଏ. ସି ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ବି. ଜେ. ପି ନେତା ଚନ୍ଦ୍ରଶେଖର ରେଡି, ଆଇନଜୀବୀ ପଦ୍ମଚରଣ ସାହୁ , ଯୁବମୋର୍ଚ୍ଚା ସମ୍ପାଦକ ସୁରେଶ ରେଡି, ସୁମନ୍ତ ଦାସ, ସମ୍ପଦ ନାହାକ ଉପସ୍ଥିତ ଥିଲେ । ଉକ୍ତ ଟିମ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବା ସହ ବିଭିନ୍ନ ଗ୍ରାମରେ ଲୋକଙ୍କୁ ଙ୍କ ଶିକ୍ଷା ଓ ନିଯୁକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ l