ଉମରକୋଟ ବ୍ଲକ ଅନ୍ତର୍ଗତ କେଶରୀବେଢ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାରଗାଁ ଠାରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ…….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଆଞ୍ଚଳିକ ସାଧନ କେନ୍ଦ୍ର କେଶରୀବେଡା ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାରାଗା ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅତି ଆଡ଼ମ୍ବର ସହକାରେ ପାଳନ ହୋଇଥିଲା। ଏହି ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦିପକ ବିଶ୍ବାଳ ସଭାପତି କରିଥିବା ବେଳେ ମୁଖ୍ୟ ଅତିଥି ସିଆରସିସି ମୋତିରାମ ଗଣ୍ଡ, ସମ୍ମାନୀତ ଅତିଥି କୋପେନା ପ୍ରଧାନଶିକ୍ଷକ ଶଙ୍କର ଗଣ୍ଡ, ମୁଖ୍ୟ ବକ୍ତା ସନ୍ତୋଷ ବାରିକ , ବିଶିଷ୍ଟ ଅତିଥି କୋପେନା ସମିତି ସଭ୍ୟା ଏବଂ ତାରାଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଚେୟାରପରସନ ଯୋଗ ଦେଇଥିଲେ। ତିନି ଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତା ର କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥି ସହ ନିୟମିତ ବିଦ୍ୟାଳୟ ଆସୁଥିବା ଛାତ୍ର ଛାତ୍ରୀ ଏବଂ ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ସିଆରସିସି ମୋତିରାମ ଗଣ୍ଡ ଛାତ୍ର ଛାତ୍ରୀ ମାନଙ୍କୁ ନିୟମିତ ବିଦ୍ୟାଳୟ ଆସିବା ସହ ନିଜ ସହପାଠୀ ଙ୍କୁ ମଧ୍ୟ ସାଙ୍ଗରେ ବିଦ୍ୟାଳୟ ଆଣିବା ସହ ନିଜର ଅନ୍ତର୍ନିହିତ ଗୁଣାବଳିର ପରିପ୍ରକାଶ କରି ତାହାକୁ ନେଇ ନିଜର ଭବିଷ୍ୟତ ଗଢ଼ିବା କୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଦ୍ୟାଳୟ ର ଶିକ୍ଷକ ଦେବରଞ୍ଜନ ମଣ୍ଡଳ, ଆଲୋକ କୁମାର ମଲ୍ଲିକ ଏବଂ ସୂର୍ଯ୍ୟ ତରିୟା।