May 10, 2026

ରାସ୍ତା ଉପରେ ଜଳିଗଲା କାର, ଜଣେ ମୃତ..

IMG-20250313-WA0028
Share

– ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚାରି ଚକିଆ କାର୍ , ଜଣେ ଜୀବନ୍ତ ଦଗ୍ଧ । ପାରାଦୀପ ଲକ୍ ଥାନା ଅନ୍ତର୍ଗତ ବିଶ୍ବାଳୀ ପଞ୍ଚାୟତ ର ପିତାମ୍ବରପୁର ନିକଟରେ ଘଟିଛି ଏହିଭଳି ମର୍ମାନ୍ତୁଦ ଦୁର୍ଘଟଣା l ରାସ୍ତା ଉପରେ ଦିର୍ଘ ସମୟ ଧରି ଠିଆ ହୋଇଥିବା ଏକ ଆଇ ଟୋଣ୍ଟି କାର , ( OD05 AJ-8592 ) ହଠାତ ଜଳିବାକୁ ଲାଗିଥିଲା, ଗାଡି ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ କୁଜଙ୍ଗ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ଡ୍ରାଇଭର ସିଟ୍ ରେ ବସିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଦଗ୍ଧ ହୋଇଯାଇଥିଲେ । ତେବେ ମୃତ ବ୍ୟକ୍ତି ହେଲେ ଧନିଆ ପରା ବଟିରା ର ରାମଚନ୍ଦ୍ର ପୁର ଗାଁ ର ରଶ୍ମୀରଂଜନ ସାମନ୍ତରାୟ ଥିବା ବେଳେ , କେଉଁ କାରଣରୁ ଗାଡି ଟି ଜଳିଗଲା ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ପାରାଦୀପ ଲକ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି l। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )