ମା ବଜ୍ରମହାକାଳୀ ମନ୍ଦିର ପ୍ରତିଷ୍ଠା ର ଉଦଯାପନୀ ଦିବସ !!

ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ତଥା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ବଜ୍ର ମହାକାଳୀ ଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା କାଳୀନ ଉତ୍ସବର ଉଦଯାପନୀ ହୋଇଯାଇଛି ! ଏହି ଉତ୍ସବ ରେ ସମସ୍ତଙ୍କର ଆଦରଣୀୟ ବୁଲୁନନା ଭାବେ ପରିଚିତ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ ମଞ୍ଚ ସଂଚାଳନ କରିଥିବା ବେଳେ ଜଗନ୍ନାଥ ମହିମା ପ୍ରଚାର ସମିତିର ରାଷ୍ଟ୍ରୀୟ ପ୍ରବକ୍ତା ବାବା ସତ୍ୟାନନ୍ଦ ଦାସ ମହାରାଜ ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲେ !ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଶ୍ରୀଯୁକ୍ତ ବିବେକାନନ୍ଦ ହୋତା ! ମୁଖ୍ୟ ବକ୍ତାଭାବେ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଓ ଡଃ. ସୁନାକର ବେହେରା ଥିବାବେଳେ, ସମ୍ମାନିତ ଭାବେ ଥିଲେ ପଣ୍ଡିତ ସିଦ୍ଧେଶ୍ବର ପଣ୍ଡା !ସମ୍ମାନିତ ଅତିଥିଭାବେ ଥିଲେ ଦେବବ୍ରତ ନାୟକ,କେଳୁଚରଣ ନାୟକ, ଯୋଗେଶ ଚନ୍ଦ୍ର ଦାଶ ଓ ପଣ୍ଡିତ ଶରତ କୁମାର ଦାଶ, ତିର୍ତ୍ତୋଲ ବିଜେପି ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା, ଦେବବ୍ରତ ମହାନ୍ତି, ଗୋପାଳ ଚରଣ ଖଟୁଆ, ସନ୍ତୋଷ ମହାନ୍ତି !ଉକ୍ତ ସାରସ୍ୱତ କାର୍ଯ୍ୟକ୍ରମ ର ସମସ୍ତ ଦାୟିତ୍ୱ ବହନ କରିଥିଲେ,ବିନୟ ମହାପାତ୍ର, ବିମଳ ମହାପାତ୍ର, ପ୍ରବୀର ରାୟ, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର ସମେତ ତିର୍ତ୍ତୋଲ ର ଗ୍ରାମବାସୀ ବୃନ୍ଦ !ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରଥମ ସନ୍ଧ୍ୟାର ପ୍ରବକ୍ତା ଥିଲେ, କୁନିପ୍ରବଚକ ଦ୍ବିତିକୃଷ୍ଣ କେଶବ !ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଜଗନ୍ନାଥ ଓ ଭଗବତ କଥାମୃତ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଦେଇ ଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ସହିତ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!