November 17, 2024

ପିପୁଲ୍ସ କଲେଜରେ ଅଗ୍ନିପଥ ଯୋଜନା ଓ ଅଗ୍ନିବୀରଙ୍କ ଆବେଦନ ପ୍ରକ୍ରିୟା ସଂପର୍କେ ଅନଲାଇନ୍ ସେମିନାର

Share


ବୁଗୁଡ଼ା : ତା ୧୩/୦୩/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ଏନସିସି କକ୍ଷରେ ଅଗ୍ନିପଥ ଯୋଜନା ଓ ଅଗ୍ନିବୀରଙ୍କ ଆବେଦନ ପ୍ରକ୍ରିୟା ସମ୍ପର୍କେ ଏକ ଅନଲାଇନ୍ ସେମିନାର ଏନସିସି ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସେମିନାର ଅବସରରେ ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କେନ୍ଦ୍ରର ମେଜର ପୁଷ୍ପେନ୍ଦ୍ର କୁମାର ଜଗଦେବ ଅଗ୍ନିପଥ ଯୋଜନାର ଆଭିମୁଖ୍ୟ ଏବଂ ଅଗ୍ନିବୀର ପଦବୀ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କେ ପ୍ରାଞ୍ଜଳ ଭାବେ ବ୍ଯାକ୍ଷ୍ଯା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ମୋଟ ୫୨୦ ଜଣ ଏନସିସି କ୍ଯାଡେଟଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଯୋଡ଼ି ହୋଇଥିବା ବେଳେ ସେଥି ମଧ୍ୟରେ ତେନ୍ତୁଳିଆ ଦେବସ୍ଥାନ କଲେଜରେ ୧୦୦ ଜଣ , କବିସୂର୍ଯ୍ୟ ନଗର ଶ୍ରୀରାମ ଡିଗ୍ରୀ କଲେଜରେ ୧୯୫ ଜଣ , ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ୫୬ ଜଣ , ବ୍ରହ୍ମପୁର ଖଲ୍ଲିକୋଟ କଲେଜର ୩୫ ଜଣ , ବୁଗୁଡ଼ା ପିପୁଲ୍ସ କଲେଜରେ ୪୨ ଜଣ ଓ ଆସ୍କା ସାଇନ୍ସ କଲେଜରେ ୯୨ ଜଣ ରହିଥିଲେ ।