November 16, 2024

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇଗ୍ନୁ ଷ୍ଟଡି ସେଂଟରର ସଚେତନତା ସଭା

Share

 

କେନ୍ଦ୍ରାପଡ଼ା,

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ପରିଚାଳିତ ଶିକ୍ଷାକେନ୍ଦ୍ର ଦ୍ୱାରା ନୂତନ ଶିକ୍ଷାବର୍ଷରେ ନାମଲେଖା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷାକେନ୍ଦ୍ରର ସଂଯୋଜକ ଡଃ. ପ୍ରଭାକର ମଲ୍ଲିକ ଅତିଥି ପରିଚୟ ପ୍ରଦାନ ସହିତ ସଭାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ଆଂଚଳିକ ନିର୍ଦେଶକ ଡଃ. ସନ୍ତୋଷ କୁମାର ତ୍ରିପାଠୀ, ଉପନିର୍ଦେଶକ ଡଃ. ବିମଳ ଚନ୍ଦ୍ର ନନ୍ଦ ଓ ସହ ନିର୍ଦେଶକ ଡଃ. ସନ୍ତୋଷ କୁମାର ପାଣିଗ୍ରାହୀ ଇଗ୍ନୁ ଦ୍ୱାରା ଚାଳିତ ବିଭିନ୍ନ ପ୍ରୋଗ୍ରାମ ଏବଂ ଏହାର ଉପକାରିତା ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ମାଧ୍ୟମରେ ଅବଗତ କରାଇଥିଲେ । ଏକାଡେମିକ କାଉନସେଲର ପ୍ରଫେସର ଜତୀନ୍ଦ୍ର କୁମାର ରାଉତ, ଡଃ. ହିମାଂଶୁ ଭୂଷଣ ପରିଡା ଓ ଡଃ. କିଶୋର କୁମାର ଜେନା ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ ପଦ୍ଧତି ଓ ମୂଲ୍ୟାୟନ ପ୍ରଣାଳୀ ବିଷୟରେ ଅବଗତ କରାଇଥିଲେ । ସଭା ଶେଷରେ ସହସଂଯୋଜକ ପ୍ରଫେସର ରଞ୍ଜିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଂଚଳରୁ ୧୫୦ ଅଧିକ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ରାକେଶ ପ୍ରଧାନ ଓ ସୁବ୍ରତ ପାତ୍ର ବୈଷୟିକ ସହାୟତା ପ୍ରଦାନ କରିଥିଲେ । ଶିକ୍ଷାକେନ୍ଦ୍ରର କର୍ମକର୍ତା ରଞ୍ଜିତ କୁମାର ପରିଡା, ଗିରିଧାରୀ ବେହେରା, ଦେବେନ୍ଦ୍ର ଆଚାର୍ଯ୍ୟ, ବ୍ରଜକିଶୋର ସେଠୀଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

ରିପୋର୍ଟ -ଗୋକୁଳ