March 10, 2026

ମା ବେଲମଙ୍ଗଳା* *ଠାକୁରାଣୀଙ୍କ ପୀଠରେ ବିଶ୍ଵ ଶାନ୍ତି ମହାଯଜ୍ଞ ଓ ନାମଯଜ୍ଞ

IMG-20230313-WA0005
Share

 

 

କେନ୍ଦ୍ରାପଡ଼ା

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର, ଗରାପୁର, ଜଜାଙ୍ଗ, ଆଳିଜଙ୍ଗା, ତରାଣ୍ଡୋ, ଗୁଲନଗର ଓ କୋରୋ ଗ୍ରାମର ଅଧିଷ୍ଠାତ୍ରୀ ମା’ବେଲମଙ୍ଗଳା(ଫୁଲବାଗ) ଠାରେ ଏକ ଦିନତ୍ମକ ଅଷ୍ଟାବିଂଶତି ମହାଯଜ୍ଞ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ରବିନାରାୟଣ ମହାପାତ୍ର ଏବଂ ମା’ ବେଲମଙ୍ଗଳା ଠାକୁରାଣୀଙ୍କ କର୍ମକର୍ତା ଓ ଗ୍ରାମବାସୀଙ୍କ ତତ୍ୱାବଧାନରେ ପଣ୍ଡିତ ସୈାରୀପ୍ରସାଦ ପଣ୍ଡା, ପ୍ରସନ୍ନ ନନ୍ଦ, ଦେବାଶିଷ ମହାପାତ୍ର, ଅବିନାଶ ମିଶ୍ର, ବିଶ୍ୱଜିତ ମହାପାତ୍ର ପ୍ରମୁଖ ୩୫ଜଣ ପଣ୍ଡିତଙ୍କ ଦ୍ୱାରା ଅଷ୍ଟମପ୍ରହରୀ, ଚଣ୍ଡିପାଠ,ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ପ୍ରଭୃତି ଅନୁଷ୍ଠିତ ହୋଇଥିଲା ।ଏହି ଯଜ୍ଞରେ ସ୍ଥାନୀୟ କପାଳେଶ୍ୱର ପଂଚାୟତର ସରପଂଚଙ୍କ ସମେତ ବାରୋ ଓ ଗୁଲନଗର ପଂଚାୟତର ସରପଂଚ, ପୂର୍ବତନ ବିଧାୟକ ଅଲେଖ ଜେନା, ସମାଜସେବୀ ଇଂ ମୂରଲୀଧର ସେଠୀ,ବିଜେପି ଜିଲା ସଭାପତି କିଶୋର କୁମାର ପଣ୍ଡା, ଶିବପ୍ରସାଦ ଭଳ, ଅଭିମନୁ୍ୟ ଗୋଛାୟତ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ମା’ବେଲମଙ୍ଗଳାଙ୍କ କୃପାଲାଭ କରିଥିଲେ ।

ରିପୋର୍ଟ – ଗୋକୁଳ